ପାଇକମାଲ :- ପାଇକମାଲ ଅଞ୍ଚଳରୁ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ସଂକ୍ରମଣକୁ ରୋକିବା ପାଇଁ ଆଜି ସନ୍ଧ୍ୟା ପାଞ୍ଚଟା ସମୟରୁ ଆସନ୍ତା 24 ତାରିଖ ସନ୍ଧ୍ୟା ପାଞ୍ଚଟା ପର୍ଯନ୍ତ ପାଇକମାଲ କୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ । ଏହି ସଟଡାଉନ ସମୟରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ସଟଡାଉନ ପରେ ଉପଜିଲ୍ଲାପାଳ ଶ୍ରୀ ଦରୁଆନ , ତହସିଲଦାର ଶ୍ରୀ ମନୋଜ କୁମାର ମେହେର ,ଡ଼ିଏସପି ଶ୍ରୀ ଦିନେଶ ନାୟକ , ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ଏବିଡ଼ିଓ ଶ୍ରୀ ଭୀଷ୍ମ ମାଝୀ ପ୍ରମୁଖ ପାଇକମାଲର ବିଭିନ୍ନ ସ୍ଥାନ ବୁଲି ସ୍ଥିତ ର ସମୀକ୍ଷା କରିବା ସହିତ ସଟଡାଉନ ସମୟରେ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post