ଶହିଦ ଜବାନଙ୍କୁ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି

0 2

ପଦ୍ମପୁର/(ଶାସକ ପ୍ରଶାସକ )–  ଭାରତ ଏବଂ ଚିନ ସିମା ବତିର୍ ଗଲୱାନ ଉପତ୍ୟକାର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ  ଅଂଚଳରେ ଭାରତୀୟ ସେନା ବାହିନିର କିଛି ଜବାନଙ୍କୁ କିଛି ଚିନି ସୈନ୍ୟ ଙ୍କ ସହ ବିବାଦ ରେ ସହିଦ ହୋଇଥିଲେ। ଏହି ଘଟଣା ପରେ ଉଭୟ ଚିନ ଏବଂ ଭାରତ ସୀମାରେ ଅଶାନ୍ତି ବଢିବାକୁ ଲାଗିଥିବା ବେଳେ ଦେଶ ବାସି ଙ୍କ ମନରେ ମଧ୍ୟ ଏହି ଘଟଣା କୁ ନେଇ ଉତେଜନା ବଢିବା ସହ ଚିନ ଦ୍ରବ୍ୟ ବର୍ଜନ ପ୍ରମୁଖ ଦାବି ଦେଖିବାକୁ ମିଳୁଛି। ଅନ୍ୟ ପଟେ ସହିଦ ହୋଇଥିବା ଭାରତୀୟ ଜବାନ ମାନଙ୍କ ପାଇଁ ସାରା ଦେଶ ରେ ଶୋକ ର ଛାୟା ଥିବା ବେଳେ ବହୁ ଜାଗାରେ ଶହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଉଛି। ଏହି ପରିପେକ୍ଷିରେ ଆଜି ପଦ୍ମପୁର ସହର ସ୍ଥାନୀୟ ଦୁର୍ଗା ମନ୍ଦିର ଠାରେ ଏକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ କରା ଯାଇଥିଲା। ପଦ୍ମପୁର ଭାରତୀୟ ଜନତା ଜୁବା ମୋର୍ଚ୍ଚା ତରଫରୁ ଦୀପ ପ୍ରଜ୍ବଳନ କରି ଦେଶ ପାଇଁ ନିଜର ଜଳାଞ୍ଜଳି ଦେଇ ଚିର ଦିନ ପାଇଁ ନିଜର ନା କୁ ଭାରତର ବିର ପୁତ୍ରଙ୍କ ଇତିହାସ ରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପି ବଦ୍ଧ କରିଯାଇଥିବାରୁ ଶ୍ରଦ୍ଧାଞ୍ଜଲି ଦେବା ସହ ଜୟକାର କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନଗର ସଭାପତି ସୁନିଲ କୁମାର ଅଗ୍ରୱାଲ, ବରଗଡ ଜିଲ୍ଲା  ଯୁବମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାର, ବରିଷ୍ଠ ନେତା ଅଶୋକ ମିଶ୍ର, ନିରୋଜ ଦାଶ, ଡା. ନାରାୟଣ ପୁରୋହିତ, ନଗର ଜୁବମୋର୍ଚ୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂ କୁନାଲ ପାଣିଗ୍ରାହୀ, ନବକିଶୋର କଣ୍ଟା, ହିତେଷ ଅଗ୍ରୱାଲ, ସୁରେଶ ସାହୁ, ଦିନେଶ ବାରିକ, ରାଜିବ ବଗର୍ତି, ଦିପକ ବାରିକ, ସିଦ୍ଧେଶ୍ୱର ମହାରଣା, ନବ କିଶୋର ମେହେର, ସୁମିତ ପାତ୍ର, ସାଜିଦ ଖାଁନ, କାହ୍ନା ବାରିକ, ରାଜୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.