ପଦ୍ମପୁରରେ ପୁଞ୍ଜିଲାଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ତଦନ୍ତ ପାଇଁ ନିଆଗଲା ରାୟପୁର

0

 
05-05-15-padam.jpg - 64.02 kB
ପଦ୍ମପୁର -ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ପାଟଣାଗଡ଼ରୁ ଆଣି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଛି। ଦାୟୀତ୍ୱରେ ଥିବା ଡ. ରାଜକିଶୋର ନାଏକ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଟିମ୍‌ ପୁଞ୍ଜିଲାଲଙ୍କୁ ଧରି ରାୟପୁର ଯାଇଥିବା ପଦ୍ମପୁର ଆଇଆଇସି କେ. ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି। ବୋମା ପାର୍ସଲ ଧରି ପୁଞ୍ଜିଲାଲ କଣ୍ଟାବାଞ୍ଜି ରେଲୱେ ଷ୍ଟେଶନରୁ ରାୟପୁର ଯାଇଥିବା ଏବଂ ସ୍କାଏକିଙ୍ଗ କୋରିୟରରେ ବୋମା ପାର୍ସଲ ଦେଲାପରେ ରାୟପୁରରୁ କଣ୍ଟାବାଞ୍ଜି ଷ୍ଟେଶନ୍‌କୁ ଫେରିଥିବା କହୁଥିବାରୁ ତାଙ୍କୁ ରାୟପୁର ନେଇ ପ୍ରମାଣ ଯୋଗାଡରେ କ୍ରାଇମବ୍ରାଞ୍ଚ ଟିମ୍‌ ଲାଗି ପଡିଛି।

 

Leave A Reply

Your email address will not be published.