ମେଲଛାମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଜନତା

0

 

ମେଲଛାମୁଣ୍ଡା,(ନୀଳ ଦୀପ ) ପଂଚାୟତ ଜରିଆରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନାକୁ ଜନସାଧାରଣରେ ସୂଚନା ମାଧ୍ୟମରେ ଅବଗତ କରିବା ପାଇଁ ସରକାରୀ ନିର୍ଦେଶନାମା ସ୍ପଷ୍ଟ ଥିବା ବେଳେ ମେଲଛାମୁଣ୍ଡା ପଂଚାୟତ କର୍ତୃପକ୍ଷ ପଂଚାୟତ ବାସୀଙ୍କୁ ସୂଚନା ସବୁରୁ ବଂଚିତ କରୁଥିବା ପ୍ରତିବାଦରେ ଶୁକ୍ରବାର ଦିନ ସମିତି ସଭ୍ୟା ସଂଧ୍ୟା ବାଗ ପଂଚାୟତର ୫୦ରୁ ଉଦ୍ଧ୍ୱର୍ ସମସ୍ୟାରେ ଜର୍ଜରିତ ହେଉଥିବା ଜନତାଙ୍କୁ ନେଇ କାର୍ଯ୍ୟାଳୟକୁ ପହଂଚି ସରପଂଚ ଏବଂ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଘେରାଉ କରିଥିଲେ । ପଂଚାୟତରେ ହେଉଥିବା ସରକାରୀ ଯୋଜନା ସବୁର ସମସ୍ତ ସୂଚନା ଓ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ସାତ ଦିନ ଭିତରେ କରିବା ପାଇଁ ସରପଂଚଙ୍କ ଉପସ୍ଥିତିରେ କାର୍ଯ୍ୟନିବାହୀ ଅଧିକାରୀ ପୁରନନ୍ଦର ସାହୁ ମୌଖିକ ପ୍ରତିଶୃତି ଦେଲା ପରେ ଉପସ୍ଥିତ ଜନତା ଘେରାଉରୁ ଓହରିଥିଲେ । ସମିତି ସଭ୍ୟା ସଂଧ୍ୟା ବାଗଙ୍କ ଠାରୁ ପ୍ରାପ୍ତଅଭିଯୋଗ ମତେ ଦୀର୍ଘ ଦିନ ହେବ ପଂଚାୟତ କର୍ତୃପକ୍ଷ ଇନ୍ଦିରା ଆବାସ, ମୋ କୁଡିଆ, ବାର୍ଦ୍ଧକ୍ୟ ଭତା ଏବଂ ପଲ୍ଳିସଭା ଆଦି ସରକାରଙ୍କ ଯୋଜନାକୁ ନେଇ ଜନସାଧାରଣଙ୍କୁ  କିଛି ସୂଚନା ଦେଉନାହାନ୍ତି । ସମିତି ସଭ୍ୟା ସୂଚନା ଦେବା ପାଇଁ କର୍ତୃପକ୍ଷଙ୍କ ଅନେକ ଥର ଅନୁରୋଧ କରିଥିଲେ । ମାତ୍ର ପଂଚାୟତ କର୍ତୃପକ୍ଷ ସମିତି ସଭ୍ୟାଙ୍କ ମତାମତକୁ ଭୃକ୍ଷେପ କରି ନ ଥିଲେ । ଆହୁରି ମଧ୍ୟ ଚଳିତ ବର୍ଷ ହୋଇଥିବା ପଲ୍ଳିସଭାରେ ଭିଏଲଏଲ ଚୟନକୁ ନେଇ ଅସନ୍ତୋଷ ପ୍ରକାର କରି ପଦ୍ମପୁର ବିଡିଓଙ୍କ ପାଖରେ ଅଭିଯୋଗ କରିବାରୁ ପଦ୍ମପୁର ବିଡିଓ ଅଭିଯୋଗର ସତ୍ୟତାକୁ ହୃଦବୋଧ କରି ମେଲଛାମୁଣ୍ଡା ପଂଚାୟତ କର୍ତୃପକ୍ଷଙ୍କୁ ନୂତନ ଭିଏଲଏଲ ଲିଷ୍ଟ ପ୍ରେରଣ ପାଇଁ ଲିଖିତ ନିର୍ଦେଶ ଦେଇଥିଲେ । ମାତ୍ର ବିଡିଓଙ୍କ ନିର୍ଦେଶକୁ ମଧ୍ୟ କତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଥିବା ଜାଣି ପାରି ନିଜ ସର୍ମଥକଙ୍କ ସହିତ ପଂଚାୟତ ଘେରାଉ କରିଥିବା ସମିତି ସଭ୍ୟା ଶ୍ରୀମତି ବାଗ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ଆଗାମି ଦିନରେ ଯଦି ପଂଚାୟତ କର୍ତୃପକ୍ଷ  ନିଜର ପ୍ରତିଶୃତି ପାଳନ ନ କରେ ତେବେ ପଂଚାୟତ କାର୍ଯ୍ୟାଳୟରେ ତାଳା ମାରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଗୁରବାର ଦିନ ସମିତିସଭ୍ୟା ନିଜ ସର୍ମଥକଙ୍କ ସହିତ ପଂଚାୟତ କତୃପକ୍ଷଙ୍କୁ ଘେରାଉ କରିବା ପାଇଁ ଯାଇଥିଲେ । ମାତ୍ର ପ୍ରତିଦିନ ପରି ସରପଂଚ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସରପଂଚଙ୍କ ଉପସ୍ଥିତି ଦାବୀ କରିଥିଲେ । ପଂଚାୟତ ଘେରାଉ ଖବର ପାଇ ସରପଂଚଙ୍କ ସ୍ୱାମୀ ଘେରାଉସ୍ଥଳକୁ ଆସି ଉତ୍ୟକ୍ତ ଜନତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଉତ୍ୟକ୍ତ ଜନତା ସରପଂଚଙ୍କ ଉପସ୍ଥିତିକୁ ବାଧ୍ୟ କରିବାରୁ ଶୁକ୍ରବାର ସରପଂଚଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଘେରାଉ ସଂପର୍କରେ ସରପଂଚ ସୁନିତା ବରିହାଙ୍କୁ ଫୋନ ନମ୍ବର ୯୫୫୬୭୨୦୪୦୦ରେ ଯୋଗା ଯୋଗ କରାଯାଇଥିଲା ମାତ୍ର ଫୋନ ଉଠାଇ ନ ଥିଲେ ।  

Leave A Reply

Your email address will not be published.