ମୟୂରଭଞ୍ଜ ଜିଲ୍ଲାରେ ୩୦୫୪.୬୯ କୋଟି ଟଙ୍କା ଋଣ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୨୦-୨୧ ଆର୍ଥିକ ବର୍ଷ ଋଣ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ ୩୦୫୪.୬୯ କୋଟି ଟଙ୍କା ଋଣ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବେଳେ କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଗୃହ ଓ ଶିକ୍ଷା ଆଦି ଯେତ୍ରରେ ଏହି ଋଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ସମୂହ ପକ୍ଷରୁ ଆୟୋଜିତ ୧୭୬ତମ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକରେ ଘୋଷଣା କରାଯାଇଛି । ସେହିପରି କରୋନାକୁ ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକ୍ ଡ଼ାଉନ କାରଣରୁ ମୟୂରଭଞ୍ଜ ଜିଲ୍ଲାକୁ ଫେରି ଆସିଥିବା ପ୍ରବାସୀ ଓଡ଼ିଆମାନେ ଚାହିଲେ ସେମାନଙ୍କୁ କୃଷିକାର୍ଯ୍ୟ ଅଥବା ଅନ୍ୟ ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ବ୍ୟାଙ୍କ ଋଣ ଯୋଗାଇ ଦେବା ନିମନ୍ତେ ଆଗେଇ ଆସିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସିଂହ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ସମୂହର ଜିଲ୍ଲା ମୁଖ୍ୟ ପ୍ରବନ୍ଧକ ଦିଲ୍ଲୀପ କୁମାର ସାହୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ନିମନ୍ତେ ଜିଲ୍ଲାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଋଣ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ଓମଫେଡ଼ ଓ ଫିସାରୀ ବିଭାଗ ସହାୟତାରେ ଦୁଗ୍ଧଚାଷୀ ଓ ମାଛ ଚାଷୀମାନଙ୍କୁ କିଷାନ କ୍ରେଡ଼ିଟ କାଡର଼୍ ଋଣରେ ଅନ୍ତଭୂକ୍ତ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା । 

           ଏହି ଅବସରରେ୨୦୨୦-୨୧ ଆର୍ଥିକ ବର୍ଷର ଋଣ ଯୋଜନା  ପୁସ୍ତିକାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସିଂହ ଉନ୍ମୋଚନ କରିଥିଲେ । ଉକ୍ତ ବୈଠକରେନାବାଡର଼୍ର ଅଧିକାରୀ, ଆରଏମ, ଓଜିବି, ଓମଫେଡ ଜିଏମ, ଜିଏମ ଡ଼ିଆଇସି, ଜିଲ୍ଲା କୃଷି ଅଧିକାରୀ ପ୍ରମୁଖଙ୍କ ସହିତ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ସମୂହର ପରିଚାଳକମାନେ ଯୋଗ ଦେଇଥିଲେ । 

Leave A Reply

Your email address will not be published.