ସହୀଦ ବୀରଙ୍କୁ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି

0

ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ପୂର୍ବ ଲଦାଖର  ଭାରତ-ଚୀନ ସୀମାନ୍ତ ଗଲୱାନ ଉପତ୍ୟକା ଅଞ୍ଚଳରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା    ୨୦ ଜଣ ବୀର ସୈନିକଙ୍କୁ ଆଜି  ବିଜୁ ଜନତାଦଲ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଶାନ୍ତିନଗର ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ଆଜି ସନ୍ଧ୍ୟା ୬ଟା ରେ  ଶତାଧିକ କର୍ମୀ ଉପସ୍ଥିତ ହୋଇ ପ୍ରଥମେ  ନିରବ ପାର୍ଥନା କରିଥିଲେ ଏବଂ ପରେ ସମସ୍ତ ବୀର ସହୀଦ ଙ୍କ ନାମରେ “ଅମର ରହେ” ଶବ୍ଦରେ ବିଜେଡି କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପ୍ରକମ୍ପିତ ହୋଇଉଠିଥିଲା |

ଏହି କାର୍ଯ୍ୟକ୍ରମରେ  ସମ୍ବଲପୁର ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ  ସମ୍ବଲପୁର ନଗର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ଦାଶ, ବିଜୁ କୃଷକ ଜନତାଦଲ ଜିଲ୍ଲା ସଭାପତି ତଥା ରାଜ୍ୟ ପରିଷଦ ସଭ୍ୟ ଶ୍ରୀଯୁକ୍ତ ଆନନ୍ଦ ଜେନା, ସମ୍ବଲପୁର ଜିଲ୍ଲା ମହିଳା ସଭାନେତ୍ରୀ ଲଷ୍ମୀ ପ୍ରଧାନ,ରାଜ୍ୟ ପରିଷଦ ସଭ୍ୟ ହୀରଲାଲ ବେହେରା, ସୁଶ୍ରୀ ରେଣୁବାଲା ମରେଇ, ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ର।ଣ ମିଶ୍ର, ଜିଲ୍ଲା ଆଇ.ଟି.ସଂଯୋଜକ ଦୁଲାଲ ଚନ୍ଦ୍ର ରାୟ, ବରିଷ୍ଠ ନେତା ରାଜକିଶୋର ଦାସ, ରବିନ୍ଦ୍ର କୁଅଁର, ସୁରେନ୍ଦ୍ର ସିଂ, ହରପାଲ ସିଂ, ମହେନ୍ଦ୍ର ସିଂ, ରେଇନା, ଅମି ଅଗ୍ରୱାଲ, ସତ୍ୟନ୍ଦ୍ର ଦାସ, ଗୁର୍ଜିନ୍ଦ କୋର, ସୁରେନ୍ଦ୍ର ବିଶ୍ଵାଳ,ପ୍ରହଲ୍ଲାଦ ସାହୁ, ଲଷ୍ମୀନାରାୟନ ପ୍ରଧାନ, ପୀତବାସ ପ୍ରଧାନ, ତପନ ଗୁରୁ, ଚିତ୍ତରଞ୍ଜନ ପଣ୍ଡା, ହେରାମ୍ବ ଚନ୍ଦ୍ର ଦାନୀ, ରବି ପୂଜାରୀ, ସୁରଜ ବିଶ୍ୱାଳ, ବୁଦ୍ଧଦେବ ସାହୁ, ଜିତୁ ପାତ୍ର, ତପନ ଗୁରୁ,ସବିନୟ ପୂଜାରୀ, ଅରକ୍ଷିତ ବେହେରା,ବିଜୟ ନାଏକ,ରାମ ସାହୁ, କୃଷ୍ଣ ସେଠା,ଗୀତ ପାଢ଼ୀ,ଜିଆଉଲ ହକ, ଡ଼.ରତ୍ନାକର ମହାରଣା,ରଙ୍ଗେନାଥ ଷଡ଼ଙ୍ଗୀ, ପ୍ରହଲ୍ଲାଦ ଗୁରୁ, ରାଜକିଶୋର ସାହୁ, ଜୟକୃଷ୍ଣ ବେହେରା, ସଂଜୀବ ଷଡଙ୍ଗୀ, ବିଷ୍ଣୁ ପାଢ଼ୀ, ସୌରୀ ପାଣିଗ୍ରାହୀ, ମମତା ପଣ୍ଡା, ପ୍ରଦୋଷ ମହାନ୍ତି, ଅଂଶୁମାନ ବେହେରା, କିଶୋର ମୁଣ୍ଡା,ଦୀନ ରଞ୍ଜନ ଦାଶ, ଦିପେନ୍ଦ୍ର କୁମାର ପଟେଲ, ଅଶୋକ ମିଶ୍ର, ଭଭେଶ ଚାନ୍ଦ, ପଵିତ୍ର ଦେଓ,ମାୟାଧର ଜେନା, ଲିଲିମା ମର୍ଲ୍ଲିକ, ସଂଗୀତା ସ୍ୱାଇଁ, ସୁନନ୍ଦା ଚୈନି, ବେବି, ମୁଁନି, ପୂଜା, ରିତା, ସୁସ୍ମିତା, ରଶ୍ମିତା, ମୁନି କୁମାରୀ, ସନ୍ତୋଷିନୀ ,ହରିହର ପାଣି,ସତ୍ୟ ସ୍ୱାଇଁ, ବିଶ୍ୱମିତ୍ର ସାହୁ,ସନ୍ତୋଷ ଖଡ଼ିଆ, ନାରାୟଣ ଦାସ, ଗୋପୀ ଖଡ଼ିଆ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.