କରୋନା ଯୁଦ୍ଧା ଭାବେ ବାଙ୍ଗିରିପୋଷି ଥାନା ଅଧିକାରୀ ସମ୍ମାନୀତ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ହ୍ୟୁମାନ  ରାଇଟ୍ସ ୟୁଥ ଡେ଼ଭ୍ଲପ୍ମେଣ୍ଟ ରାଷ୍ଟ୍ରୀୟ ସଙ୍ଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସଙ୍କୁ ମାନବ ସେବା ସମ୍ମାନରେ ସମ୍ମାନୀତ କରାଯାଇଛି । ବିଶ୍ୱ ମହାମାରୀ କରୋନାକୁ ନେଇ ଜିଲ୍ଲାରେ ଲକଡ଼ାଉନ ଜାରି ହୋଇଥିବା  ସମୟରେ ଥାନା ଅଧିକାରୀ ଶ୍ରୀଦାସ ନିଜ ଜୀବନକୁ ବାଜି ଲଗାଇ ବହୁ ଅସହାୟ ବ୍ୟକ୍ତିମାନଙ୍କୁ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିବା ସହିତ ନିଜ ଅଞ୍ଚଳରେ କରୋନା ମୁକାବିଲା ନିମନ୍ତେ ବ୍ୟାପକ ଜନସଚେତନାତା କାର୍ଯ୍ୟକ୍ରମ ଜାରି ରଖିଁନ୍ତି । ଏଥି ସହିତ ଥାନାରେ ମଧ୍ୟ ନିଜର କର୍ତ୍ତବ୍ୟ ସମ୍ପାଦକ କରିବା କ୍ଷେତ୍ରରେ କୌଣସି ଦିନ ଅବହେଳା କରି ନାହାନ୍ତି । ସମସ୍ତ ଜନସାଧାରଣଙ୍କୁ ସମାନ ଦୃଷ୍ଟିରେ ଦେଖି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ପଶ୍ଚାତପଦ ହୋଇ ନାହାନ୍ତି । ବାଙ୍ଗିରିପୋଷି ଥାନା ଅଧିକାରୀ ଶ୍ରୀଦାସଙ୍କର ଏହି ପ୍ରକାରର କାର୍ଯ୍ୟ ଓ ସେବାକୁ ନେଇ ରାଷ୍ଟ୍ରୀୟ ହୁ୍ୟମେନ ରାଇଟ୍ସ ୟୁଥ ଡେଭଲପମେଣ୍ଟ ସଙ୍ଗଠନର ରାଜ୍ୟ ଆବାହକ ବିକାଶ କୁମାର ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ସୁକୁମାର ରଞ୍ଜନ ପ୍ରଧାନ ଥାନା ଅଧିକାରୀ ଶ୍ରୀଦାସଙ୍କୁ ଥାନାରେ ଭେଟି ଟ୍ରଫି, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଇଛନ୍ତି । 

Leave A Reply

Your email address will not be published.