ହାଟଡିହି(ମଜରଧ୍ବଜ ଜେନା) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳନିଆ ଅଞ୍ଚଳ ର ପୁଣି ଏକ ଅସହାୟ ଓ ଗରିବ ପରିବାରକୁ ଫ୍ରେଣ୍ଡ ଫର ଫାଉଣ୍ଡେସନ ପରିବାର ନାମକ ଯୁବ ସଂଗଠନ ସହଯୋଗ ର ହାତ ବଢେଇଛି. ହାଟଡିହି ବ୍ଲକ ମନୋହପୁର ଗ୍ରାମ ର ଉଧବ ମୁଖୀ ଙ୍କ ର ଦେହାନ୍ତ ହୋଇଥିଲା. ବହୁଦିନ ଧରି ସେ ମଧୁମେହ ରୋଗ ରେ ପୀଡ଼ିତ ଥିଲେ.ସେ ଜଣେ ଅତି ଗରିବ ଶ୍ରେଣୀ ର ଲୋକ ଅଟନ୍ତି. ତେଣୁ ଫ୍ରେଣ୍ଡ ଫର ଫାଉଣ୍ଡେସନ ସ୍ବେଛାସେବୀ ସେବି ସଂଗଠନ ଖବର ପାଇଁ ଉକ୍ତ ପରିବାର କୁ ଭେଟି ଥିଲେ. ସମସ୍ତ ଖବର ଜାଣି ଉଦ୍ଧବ ଙ୍କ ଏକାଦସାହ କ୍ରିୟା କାର୍ଯ୍ୟ ପାଇଁ ୧୦୦ ଲୋକଙ୍କ ପାଇଁ ଗ୍ରୋଷରୀ ସାମଗ୍ରୀ ଯୋଗାଇ ଦେଇଛନ୍ତି.ପରିବାର ର ସମସ୍ତ ସଦସ୍ୟା/ସଦସ୍ୟ ଙ୍କ ଦ୍ଵାରା କାର୍ଯ୍ୟ କରାଯାଇଛି। ସଂଗଠନ ତରଫରୁ ଦେବାଶିଷ ଖଣ୍ଡେଇ,ଆକାଶ କୁମାର ମୁଖୀ, ଦିବ୍ୟରଞ୍ଜନ ଜେନା, କିଶୋର ସିଂ,ଦୀପକ କୁମାର ମୁଖୀ,ନିଳମଣି ପୃଷ୍ଟି,ଲଷ୍ମୀଧର ପାଗଳ,ସୁଦର୍ଶନ ଦାଶ,ଜ୍ୟୋତି ରଞ୍ଜନ ମୁଖୀ,ସୁବ୍ରତ ମୁଖୀ ପ୍ରମୁଖ ଏହି ଗରିବ ପରିବାର କୁ ଭେଟି ସହଯୋଗ କରିଥିଲେ.ସଂଗଠନ ର ଏପରି କାର୍ଯ୍ୟକୁ ଲୋକ ମାନେ ପ୍ରଶଂସା କରିଛନ୍ତି |
Sign in
Sign in
Recover your password.
A password will be e-mailed to you.