ପୁଣି ଚର୍ଚ୍ଚାରେ ସାରା

0

 http://www.youtube.com/watch?v=7UFqDd7jIKA

ଆଦିବାସୀ ତଥା ସମସ୍ୟା ବହୁଳ ସିଣ୍ଡିବୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ ସାରା 

ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ  ପ୍ରଶାସନ ପାଇଁ ଅପହଞ୍ଚ ଥିଲା ସିଣ୍ଡିବୁର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :କେତେବେଳେ କନ୍ୟା ରତ୍ନଙ୍କ ମର୍ଯ୍ୟାଦା ଓ ନିରାପତ୍ତା ନିଶ୍ଚିତ କରିବା ପାଇଁ ” ସି “-ଟମ୍ , ଜିଲ୍ଲାର ବେକାର ଯୁବକଯୁବତୀ ମାନଙ୍କୁ ନେଇ ସାମରିକ ଓ ଅର୍ଦ୍ଧସାମରିକ ବାହିନୀରେ ନିଯୁକ୍ତି ହେବାପାଇଁ ନିଜକୁ ପୂର୍ବରୁ କିଭଳି ପ୍ରସ୍ତୁତ ରଖିବା ସହ ଆତ୍ମବିଶ୍ୱାସ ବୃଦ୍ଧି କରି ସେମାନଙ୍କ ଦକ୍ଷତା ବଢ଼ାଇବା ପାଇଁ “ଉଡାନ”, ଭୋକିଲା ଅସହାୟ ଲୋକଙ୍କ ମୁହଁରେ ଅନ୍ନ ତଥା ସେମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସାରଙ୍କ ଅଭିନବ ପରିକଳ୍ପନା “ଅକ୍ଷୟ ଦାନ ପାତ୍ର” , ଜିଲ୍ଲାର ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ “ଆରୋଗ୍ୟ” କାର୍ଯ୍ୟକ୍ରମ , କିନ୍ନର ମାନଙ୍କୁ ରୋଜଗାର କ୍ଷମ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସୁରଭି ଓମଫେଡ୍ ପାର୍ଲର , କେତେ ବେଳେ ମହିଳା ଓ ଜନସାଧାରଣଙ୍କ ସେବା ତ ଆଉ କେତେବେଳେ  ଗୀତ ଗାଇ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ କରାଇଛନ୍ତି ସଚେତନ।

ଆଉ ଏବେ ଆଦିବାସୀ ତଥା ସମସ୍ୟା ବହୁଳ ସିଣ୍ଡିବୁର ଗ୍ରାମକୁ ଆଦର୍ଶ ତଥା “ପୋଷ୍ୟ” ଗ୍ରାମ ଭାବେ ଗ୍ରହଣ କରି ପୁଣି ଚର୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା। ଆଉ ଏହି ଗାଁ ଲୋକଙ୍କ ସୁଖଦୁଃଖରେ ଠିଆ ହେବାର କଥା ଦେଇ ଅବହେଳିତ  ସିଣ୍ଡିବୁର ଗ୍ରାମବାସୀଙ୍କ ପାଇଁ ଦେବଦୁତ | ଆଉ ଏ କାମ ପାଇଁ ସେ ସାଉଁଟିନେଇଛନ୍ତି ଅଜସ୍ର ପ୍ରଶଂସା |  

 ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଭୁବନି ପଞ୍ଚାୟତର ଆଦିବାସୀ ତଥା ସମସ୍ୟା ବହୁଳ ସିଣ୍ଡିବୁର ଗ୍ରାମକୁ ଆଦର୍ଶ ତଥା ପୋଷ୍ୟ ଗ୍ରାମ ଭାବେ  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରିଛନ୍ତି ଗଜପତି ଏସପି ସାରା । ଦୁର୍ଗମ ଜଙ୍ଗଲ ଅଞ୍ଚଳର ଏଭଳି ଏକ ଗ୍ରାମ ସିଣ୍ଡିବୁର କେଉଁ ଅମଳରୁ ରହିଛି , ହେଲେ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ସମ୍ପୃକ୍ତ ଗ୍ରାମର  କି ଗ୍ରାମବାସୀଙ୍କ  କୌଣସି ଟିର ହେଲେ ମଧ୍ୟ ପରିବର୍ତ୍ତନ ହୋଇନି । ବର୍ଷ ବର୍ଷ ଧରି ବହୁବିଧ ସର୍ବନିମ୍ନ ମୌଳିକ ସମସ୍ୟାର ଅନ୍ଧାରି ମୂଲକରେ ଜୀବନ ବିତାଇ ଆସୁଥିବା ବେଳେ  ବିକାଶର ଆଲୋକ ଦେଖିବା ଏମାନଙ୍କ ପକ୍ଷେ ଏକ ସ୍ୱପ୍ନ ହୋଇ ରହିଯାଇଥିଲା ।  ତେବେ ମହାମାରୀ କରୋନାର ଲକ୍ ଡାଉନ୍ ସମୟରେ   ଏଭଳି  ଏକ ମହତ କାର୍ଯ୍ୟ  କରିଥିବା ଯୋଗୁଁ  ପୁଣି ଚର୍ଚ୍ଚାରେ ରହିଛନ୍ତି  ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ।   

ହିଦାୟତୁଲ୍ଲା ନେସନାଲ ଲ ୟୁନିଭରସିଟିର  କିଛି ପୁରୁଣା ଷ୍ଟୁଡେଣ୍ଟ ଓ ଗଜପତି ପୋଲିସ କରୋନା ସମୟରେ କିଛି ସେବା କରିବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଅତ୍ୟନ୍ତ ଆଦିବାସୀ ତଥା ପାହାଡ଼ ଉପରେ ଥିବା ଗ୍ରାମ ସିଣ୍ଡିପୁରକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି ।

 ସେହି ଗ୍ରାମରେ ମାତ୍ର ୧୯ ଗୋଟି ପରିବାରର  ମୋଟ ୧୧୯ ଜଣ ବସବାସ କରନ୍ତି । ଦୁର୍ଗମ ଜଙ୍ଗଲି ଅଞ୍ଚଳ ଏବଂ ଅତ୍ୟନ୍ତ ସମସ୍ୟା ବହୁଳ ଓ ସେଠାରେ ସମସ୍ତ ପରିବାର ଗରିବ ଓ ଅଭାବୀ । ଗ୍ରାମରେ ସର୍ବନିମ୍ନ ମୌଳିକ ସୁବିଧା କଣ ଜାଣନ୍ତି ନାହିଁ ଗ୍ରାମବାସୀ । ଏହି ସମସ୍ୟା ଗୁଡିକ ମଧ୍ୟରେ ମୁଖ୍ୟତ ଗମନାଗମନ ବ୍ୟବସ୍ଥା ।ଏଥିଯୋଗୁଁ ଏଠାକୁ ବିକାଶର ଛିଟା ପଡ଼ିପାରୁନି । ଅନ୍ୟ ସମସ୍ୟା ଗୁଡିକ ମଧ୍ୟରେ ପାନୀୟ ଜଳ , ଶିକ୍ଷା ବ୍ୟବସ୍ଥା ଓ ଭଲ ଖଣ୍ଡିଏ ପୋଷାକ ପିନ୍ଧି ପାଇବା । ଏତଦ୍ ବ୍ୟତିତ ଆହୁରି ଅନେକ ସମସ୍ୟା ଭରି ରହି ରହିଛି ।

    ଗ୍ରାମରେ  ଏସପି ସାରା ଶର୍ମା ନିଜେ ଛୋଟ ପିଲା ମାନଙ୍କୁ ବିସ୍କୁଟ ଓ ମାସ୍କ ବଣ୍ଟନ କରିବା ସହ କରୋନା ଠାରୁ ନିଜକୁ କିଭଳି ଦୁରେଇ ରଖିବେ ଓ ସାବଧାନତା ରହିବେ ,  ପ୍ରଭୃତି  ମାସ୍କ ପିନ୍ଧିବା , ଓ ସାମାଜିକ ଦୂରତା ରକ୍ଷା କରିବା ସେଥିପାଇଁ ସମସ୍ତଙ୍କୁ ସଚେତନ କରାଇଥିଲେ ।

  ଉଭୟ ହିଦାୟତୁଲ୍ଲା ନେସନାଲ ଲ ୟୁନିଭରସିଟିର ଷ୍ଟୁଡେଣ୍ଟ ଓ ଗଜପତି ପୋଲିସ ମିଳିତ ଭାବେ ପାଣ୍ଠି ଯୋଗାଡ଼ କରି ନିଶ୍ଚିତ କରିଛନ୍ତି , ଯେ ଗ୍ରାମର ସମସ୍ତ ସମସ୍ୟା ପୁରଣ କରିବା ଦିଗରେ ନିଶ୍ଚିତ ଭାବେ ସହାୟକ ହେବେ ।

Leave A Reply

Your email address will not be published.