ପଦ୍ମପୁର- ହଠାତ ରାଜସ୍ୱ ନିରୀକ୍ଷକ ଙ୍କ ବଦଳୀ ଆଦେଶ କୁ କେନ୍ଦ୍ରକରି ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଘନାମାଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏଅଂଚଳର ଶତାଧିକ ଚାଷୀକୂଳ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିକଟସ୍ଥ ମେଲଛାମୁଣ୍ଡା ଥାନା କୁ ଶାନ୍ତି ଶୃଙ୍ଖଳା କୁ ନଜର ରେ ରଖି ଶାନ୍ତି ପୂର୍ଣ୍ଣଭାବେ ଧାରଣା ରେ ବସିଛନ୍ତିା କାରଣ ଏହିକି ଘନାମାଲ ରାଜସ୍ୱ ନିରିକ୍ଷକ ଭାବେ ଶ୍ରୀ ଟିକେଶ୍ୱର ମଲ୍ଲିକ ଯୋଗଦାନ କରିବା ପରେ ଏଠାରେ ଲୋକେ ଖୁସିରେ ପ୍ରୟତଃ ସମସ୍ତ କାର୍ଯ୍ୟ ବିନା ଉତ୍କୋଚରେ ତୁଲାଇ ଆସୁଥିଲେ । ଶ୍ରୀ ମଲ୍ଲିକ ପରୋପକାରୀ ଦୟାଳୁ ତଥା ସଚ୍ଚୋଟ ବ୍ୟକ୍ତି ବିଶେଷ ଅଟନ୍ତିା ହେଲେ ଏ ଭଳି ଏକ ମହାନ ବ୍ୟକ୍ତି କୁ ହଠାତ ପୁରସ୍କାର ସ୍ୱରୂପ ବଦଳୀ ଆଦେଶ ର କଥା ଶୁଣିବା ପରେ ଏଇ ଆର.ଆଇ.ସର୍କଲ ରେ ଯାଉଥିବା ସମସ୍ତ ଗ୍ରାମବାସୀ ଲିଖିତ ଭାବେ ବରଗଡ ଜିଲ୍ଲାପାଳ ,ପଦ୍ମପୁର ଉପଜିଲ୍ଲାପାଳ ତଥା ପଦ୍ମପୁର ତହସିଲଦାର ଙ୍କୁ ରାଜସ୍ୱ ନିରୀକ୍ଷକ ଙ୍କ ବବଳୀ ଆଦେଶ କୁ ପ୍ରତ୍ୟାହାର ପାଇଁ ଗତ ଜୁଲାଇ ୯ ଦିନତାରିଖ ରେ ଆକୁଳ ନିବେଦନ କରିଥିଲେ ହେଲେ କୌଣସି ପ୍ରକାର ର ସୁଫଳ ନ ମିଳିବାରୁ ବାଧ୍ୟହୋଇ ଆଜି ସମସ୍ତେ ଧାରଣା ରେ ବସିବାକୁ ବାଧ୍ୟ ହୋଇଛନ୍ତିା ତୁରନ୍ତ ବଦଳୀ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ପଲସାପାଲି ଗ୍ରାମପଂଚାୟତ ସରପଂଚ ଜାହ୍ନବୀ ମେହେର, ଝସକେତନ ମେହେର,ୱାର୍ଡ ମେମ୍ବର ଗହଳ ମହାନନ୍ଦ ,ଅଜୟ ସାହୁ ୱାର୍ଡ ମେମ୍ବର ସାରଙ୍ଗପୁର ,ସମାଜସେବୀ ନିଲାଚଳ ଦରୱାନ ଏବଂ ଘନାମାଲର ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମାହେଶ୍ୱରୀ ସ୍ୱୟଂସହାୟକ ଗୋଷ୍ଠୀ ର ସମସ୍ତ ସଦସ୍ୟା ପ୍ରମୁଖ ସରକାରଙ୍କୁ ଦାବୀ କରନ୍ତିା
Sign in
Sign in
Recover your password.
A password will be e-mailed to you.
Prev Post