ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

0

ବଡ଼ବିଲ (ଶାସକ ପ୍ରଶାସକ) ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଲା ଭଳି ଏକ ଘଟଣା ବଡ଼ବିଲ ଖଣି ଅଞ୍ଚଳରେ ଘଟିଛି। ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁରେ ଗତ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ଏନେଇ ଗତକାଲି ସଂଧ୍ୟାରେ ପୀଡ଼ିତାଙ୍କ ପରିବାର ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଗତ ଶନିବାର ପିଡ଼ୀତା ଶିଶୁକନ୍ୟା ଅନ୍ୟ ପିଲାଙ୍କ ସହ ଘରପାଖରେ ଖେଳୁଥିବା ସମୟରେ ସଂପର୍କୀୟ ମାମୁଁ ତାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା ଚଳାଇଛି ବୋଲି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି। ପିଡ଼ୀତା ଶିଶୁକନ୍ୟାର ଆଜି ଡାକ୍ତରୀ ମାଇନା କରାଯାଇଥିବା ଜଣାପଡିଛି।  ଅଭିଯୁକ୍ତକୁ ତୁରନ୍ତ ଗିରଫ୍ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.