ବରଗଡ :- ବରଗଡ : ସାରା ଦେଶରେ ଚାଲିଛି ବର୍ତମାନ ଶ୍ରମିକ ମାନଙ୍କର ଘର ବାହୁଡା । ସେହି କ୍ରମରେ ଆମର ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ମଧ୍ୟ ବିଭିନ୍ନ ଉପାୟରେ ଘରକୁ ଫେରିବାର ଉଦ୍ୟମ କରୁଛନ୍ତି । ପଶ୍ଚିମଞ୍ଚଳର ଶ୍ରମିକ ମାନଙ୍କ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବା ପାଇଁ କୋଶଳ କମିଟି ତରଫରୁ ଏକ ହେଲ୍ପ ଲାଇନ ଜାରି କରାଯାଇଥିଲା । କୋସଲ କମିଟି ତରଫରୁ ଜାରୀ କରାଯାଇଥବା ହେଲ୍ପ-ଲାଇନ୍ ନମ୍ୱର ରେ ସମ୍ପର୍କ କରି ଆନ୍ଧ୍ରପ୍ରଦେଶର କର୍ନୁଲ ଜିଲ୍ଲାରୁ ଉଦ୍ଧାର ହେଲେ ବେଲପଡା ବ୍ଲକ ର ୩୦ ଜଣ ଦାଦନ ଶ୍ରମିକଙ୍କ ସହ ବରଗଡ଼ ,ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ସମୁଦାୟ ୭୦ ଜଣ । ଏମାନେ ସମସ୍ତେ ଚାଲି ଚାଲି ଆସୁଥିବା ବେଳେ ଭୋକ ଉପାସରେ କର୍ନୁଲ ରେଲ ଷ୍ଟେସନରେ ଥାଇ ସମାଜସେବୀ ଦିବସ କୁମାର ସାହୁଙ୍କୁ ଫୋନ କରିଥିଲେ ,ଦିବସ ତୁରନ୍ତ କର୍ନୁଲ ଜିଲ୍ଲା SP କୁ ଯୋଗାଯୋଗ କରିଥିଲେ ଏବଂ ଶ୍ରମିକ ମାନଙ୍କୁ ପ୍ରଥମେ ଏକ ସୁରକ୍ଷିତ ଜାଗାରେ ନେଇ ଛାଡିଥିଲେ | ପରଦିନ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦୁଇଟି ସ୍ୱତନ୍ତ୍ର ବସ ମାଧ୍ୟମରେ ଓଡ଼ିଶା ବୋର୍ଡର ପର୍ଯ୍ୟନ୍ତ ଆଣି ଛାଡିଥିଲେ | ଏଠାରେ ଆସିବା ପରେ ଗଂଜାମ ଜିଲ୍ଲା ସଟ ଡାଉନ ଥିବାରୁ ଆସିବା ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା | ଦିବସ ଗଂଜାମ ଜିଲ୍ଲା DSP ସାର୍ଥକ ରାୟଙ୍କୁ ଯୋଗାଯୋଗ କରି ତାଙ୍କ ପାଇଁ କିଛି ଖାଦ୍ୟର ବ୍ୟବସ୍ଥା କରିଥିଲେ | ରାତି ହୋଇଯାଉଥିବାରୁ ସେଠାରୁ ଆସିବା ପାଇଁ ସମସ୍ୟା ଉପୁଜିଥିଲା | ଶ୍ରମିକ ମାନେ ଦିବସଙ୍କୁ ଫୋନ କରିବା ପରେ ସେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଫୋନ କରି ଏ ବିଷୟରେ ଜଣେଇଥିଲେ | ଉପଜିଲ୍ଲାପାଳ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ବଲାଙ୍ଗୀର ଶ୍ରମବିଭାଗକୁ ଜଣେଇଲା ପରେ ପ୍ରାୟ ରାତି ୧୨ ଟାରେ ଏକ ସ୍ୱତନ୍ତ୍ର ବସ ଯୋଗେ ଗଞ୍ଜାମରୁ ବାହାରି ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଥିବା ସୂଚନା ରହିଛି | ଶ୍ରମିକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଛୋଟ ଛୋଟ ଶିଶୁ ଅଛନ୍ତି | ସେମାନେ ବର୍ତ୍ତମାନ ବହୁତ ଖୁସି | କୋଶଲ କମିଟିକୁ ଧନ୍ୟବାଦ ଦେବା ସହ ଦିବସ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟପକ୍ଷେ କୋଶଲ କମିଟି ତରଫରୁ ଆନ୍ଧ୍ରପ୍ରଦେଶ ସରକାର ଓ ପୋଲିସ ବିଭାଗ ତଥା ଗଂଜାମ ପୋଲିସ ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଖାସ କରି ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି |
Sign in
Sign in
Recover your password.
A password will be e-mailed to you.
Next Post