ନୁଆଦିଲ୍ଲୀ(ଏସପିବି) : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଗତକାଲି ୧୧୪୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏଜି ସଂଖ୍ୟାରେ ପ୍ରାୟ ୫୦୦ ବୃଦ୍ଧି ହୋଇଛି | ଆଜି ଦେଶରେ ଚିହ୍ନଟ ହୋଇଥିବା କରୋନା ସଂଖ୍ୟା ୧୧,୯୨୯ | ଆଜି ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩, ୨୦,୯୨୨ରେ ପହଂଚିଛି | ଗତ ୨୪ ଘଣ୍ଟା ଭିତରେ ୩୧୧ ଜଣଙ୍କ ମୃତ୍ୟୁ ଘଟି ଆଜି ତାରିଖରେ ଦେଶରେ ମୃତ୍ୟୁସଂଖ୍ୟା ୯,୧୯୫ରେ ପହଂଚିଛି | ସବୁଠାରୁ ପ୍ରଭାବିତ ରାଜ୍ୟଭାବେ ମହାରାଷ୍ଟ୍ର , ଦିଲ୍ଲୀ, ଗୁଜରାଟ, ତାମିଲନାଡୁ ରହିଛି |
Sign in
Sign in
Recover your password.
A password will be e-mailed to you.