ସ୍ୱଚ୍ଛତାର ସହ ସ୍ଵଚ୍ଛ ଭାରତ ମିଶନ ଅର୍ଥ ସଫା 

0

ମିଳିମିଶି ପାଇଖାନା ପଇସା ବି ହରିଲୁଟ : ଲେଫ୍ରିପଡା ବ୍ଲକରେ ଶୌଚାଳୟ ଘୋଟଲା

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ)  :- ସଦର୍ ବ୍ଲକ୍ ଅନ୍ତର୍ଗତ କୁଣ୍ଡୁକେଲା ପଞ୍ଚାୟତର୍ ପୋଡ ବାହାଲ ଗ୍ରାମରେ ସ୍ଵଚ୍ଛ ଭାରତ୍ ମିସନ୍ ଯୋଜନାରେ ତିଆରି ହୋଇଥିବା ସୌଚାଳୟ ନିର୍ମାଣ କାର୍ଯ୍ୟରେ ଦେଖାଦେଇଛି ଅନିୟମିତତା । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସେହିଗ୍ରାମରେ ତିଆରି ହୋଇଥିବା ଶୌଚାଳୟ ଖାଲି ନାମକୁ ମାତ୍ର , ବ୍ୟବହାର ଉପଯୋଗ୍ୟ ନୁହେ | ପ୍ରାପ୍ତ ସୂଚନା ରୁ ଜାହା ଜଣାପଡିଛି  କାର୍ଯ୍ୟ  କରିଥିବା ଠିକାଦାର ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ମିଳିମିଶି  ଏହି ନିର୍ମାଣ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହି ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ତିଆରି ହୋଇଥିବା ଅଧିକାଂଶ ସୌଚାଳୟ ର ଅବସ୍ତା ଅତି ଶୋଚନୀୟ  ଏବଂ ଅତି ନିମ୍ନ ମାନର ହୋଇଥିବା ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ଶୌଚାଳୟ  ମାନଙ୍କରେ ସୂଚନା ଫଳକ ଲାଗିଛି ସତ୍  କିନ୍ତୁ ଅନେକ  ଶୌଚାଳୟ ରେ ନା ଅଛି କବାଟ କିମ୍ବାପ୍ଳାଷ୍ଟର | ସେହିଭଳି କେଉଁଥିରେ ସେଫ୍ଟି ଟାଙ୍କି ତିଆରି ହୋଇଛି | କିନ୍ତୁ କିଛି ଜାଗାରେ ଢାଙ୍କୁଣୀ ନାହଁ | ଅନ୍ୟ ପଟେ ଗ୍ରାମବାସୀ ଙ୍କ କହିବା ଅନୁସାରେ ଗୋଟିଏ କବାଟ ତିଆରି କରି କବାଟକୁ ସମସ୍ତ ସୌଚାଳୟ ମାନଙ୍କର ସାମ୍ନା ରେ ଲଗାଇ  ଫଟୋ ଉତ୍ତୋଳନ କରି ସରିବା ପରେ ପୁଣି ଅନ୍ୟ ଶୌଚାଳୟରେ  ନେଇ କବାଟ କୁ ଥୋଇଦେଇ  ବିଲ ପାଇଁ ଫଟୋ ପଠା ଯାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ  ଦୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସହିତ ଘଟଣା ସମ୍ପର୍କରେ ମତାମତ ନିଆଯାଇଥିଲା   ଯନ୍ତ୍ରୀ ମହାଶୟ କହିଛନ୍ତି ମୁଁ ତଦାରଖ କରିଛି ସବୁ ଠିକ୍ ଥିଲା ଗ୍ରାମବାସୀ ମାନେ କୌଣସି ନିଜସ୍ଵ ରାଗ ରଖି ଏହିଭଲି କରୁଛନ୍ତି । ପରେ ସେହି ପଞ୍ଚାୟତ ସରପଞ୍ଚଙ୍କୁ ମଧ୍ୟ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଇବା ପରେ  ସେ କହିଛନ୍ତି  ସମ୍ପୂର୍ଣ୍ଣ କାମ ନିମ୍ନ ମାନର ହୋଇଛି ଏବଂ ସମ୍ପୂର୍ଣ୍ଣ ଘଟଣା ସମ୍ୱନ୍ଧରେ ବ୍ଲକ୍ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ । ଅପରପକ୍ଷରେ ଯଦି ଦେଖିବା ପାଇଁ ଗଲେ ଏହି ସ୍ୱଚ୍ଛ ଭାରତ ମିଶନ ଶୌଚାଳୟ ନିର୍ମାଣ କାର୍ଯ୍ୟରେ ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଅଳପକା ଗ୍ରାମପାୟତରେ ଶହଶହ ଶୌଚାଳୟ ଖାଲି କାଗଜପତ୍ରରେ  ସୀମିତ କୋଟି କୋଟି ଟଙ୍କାର ହେରଫେର ହୋଇଥିବା ସ୍ଵତ୍ପେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତଦନ୍ତ ଟିମ ମଧ୍ୟ ଲାଗିଥିଲେ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ତାହା ସହିତ ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ପ୍ରାୟତଃ ପଞ୍ଚାୟତ ଅଧୀନରେ ହଜାର ହଜାର ଶୌଚାଳୟ କାଗଜପତ୍ରରେ  ସୀମିତ ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ସମୟରେ ସରକାରଙ୍କୁ ସଚେତନତା କରାଇବା ସତ୍ତ୍ୱେ  ସରକାର କୁମ୍ଭକର୍ଣ  ନିଦ୍ରାରେ | ଯାହାଫଳରେ  କେନ୍ଦ୍ର ରାଜକୋଷ ଏବଂ ରାଜ୍ୟ ରାଜକୋଷର୍  କୋଟିକୋଟି ଟଙ୍କା ପାଣିରେ | ତେଣୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ ଭାବରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ଲେଫ୍ରିପଡା ବ୍ଲକ ରେ ହୋଇଥିବା ଶୌଚାଳୟ ଘୋଟଲାରୁ  ପର୍ଦାଫାସ ହୋଇପାରିବ |

Leave A Reply

Your email address will not be published.