କରୋନା ଯୋଗୁ ସମସ୍ୟା ଓ ଆହ୍ୱାନର ରୂପରେଖ ସଂପୂର୍ଣ୍ଣ ରୂପେ ବଦଳିଯାଇଛି : ସଞ୍ଜୟ

0

ରାଜ୍ୟ ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ

ପ୍ରବାସୀଙ୍କୁ ରୋଜଗାର ଯୋଗାଇବା ସହ ଅର୍ଥନୀତିକୁ  ଅଧିକ କ୍ରିୟାଶୀଳ କରିବାକୁ ସମନ୍ୱିତ ଉଦ୍ୟମ ଉପରେ ଗୁରୁତ୍ୱ   

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ଆମ ରାଜ୍ୟ ଯେତେବେଳେ କରୋନା ମହାମାରୀକୁ ମୁକାବିଲା କରୁଛି ସେତେବେଳେ ଆମର ସମସ୍ୟା ଓ ଆହ୍ୱାନର ରୂପରେଖ ସଂପୂର୍ଣ୍ଣ ରୂପେ ବଦଳିଯାଇଛିା ଗ୍ରାମୀଣ ଓଡ଼ିଶାରେ ଏବଂ ସହରାଞ୍ଚଳରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ କିଭଳି ଅଧିକ ଶ୍ରମଦିବସ ସୃଷ୍ଟି କରି ସେମାନଙ୍କୁ ରୋଜଗାର ଯୋଗାଇ ଦିଆଯାଇପାରିବ ଏବଂ ରାଜ୍ୟର ଅର୍ଥନୀତିକୁ ଏଭଳି ସଂକଟ ସମୟରେ କିଭଳି ଗତିଶୀଳ ତଥା ସୁଦୃଢ଼ କରାଯାଇପାରିବ ସେଥିପାଇଁ ବିଭିନ୍ନ ସରକାରୀ ବିଭାଗମାନଙ୍କର ସମନ୍ୱିତ ଉଦ୍ୟମର ଆବଶ୍ୟକତା ରହିଛିା ତେଣୁ କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ବିଭାଗମାନେ ବିଭାଗର ବଜେଟ୍ ଭିତରେ ସେମାନଙ୍କର ରୋଡମ୍ୟାପ  ଅନୁଯାୟୀ ବ୍ୟୟ କରିବେ ଏବଂ ତା’ର ସଠିକ୍ ଉପଯୋଗ କରିବା ଉଚିତ | ବର୍ତ୍ତମାନ ସ୍ଥିତିରେ ଓଡ଼ିଶାର ଅର୍ଥନୀତିକୁ କିଭଳି ଗତିଶୀଳ କରାଯାଇପାରିବ ସେଥିପାଇଁ ବିଭିନ୍ନ ବିଭାଗ, ଷ୍ଟେକ ହୋଲଡ଼ର, ତୃଣମୂଳ ସ୍ତରର ସମସ୍ୟା ଏବଂ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଯତ୍ନ ଶୀଳ ହୋଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ମତବ୍ୟକ୍ତ କରିଛନ୍ତି |

 ଆଜି ରାଜ୍ୟ ଯୋଜନା ବୋର୍ଡର ଏକ ଉଚ୍ଚସ୍ତରୀୟ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନେ ଆଜିର ବୈଠକର ବିବରଣୀ ପାଇବାର ସାତଦିନ ମଧ୍ୟରେ ସେମାନଙ୍କ କାର୍ଯ୍ୟକ୍ରମ ରିପୋର୍ଟ ଯୋଜନା ଓ ସଂଯୋଜନା ବିଭାଗରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲୋ 

ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ଲୋକମାନଙ୍କର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ରୋଜଗାର ସୃଷ୍ଟି ଓ ଅଥିକ ଶ୍ରମଦିବସ ସୃଷ୍ଟି ଏବଂ କମ୍ ସମୟ ମଧ୍ୟରେ ଶେଷ ହୋଇପାରୁଥିବା ତଥା ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲୋ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ 

Leave A Reply

Your email address will not be published.