ଶୁଣ୍ଢିମୁଣ୍ଡାରେ ପାନୀୟ ଜଳର  ଅଭାବ: ୫ ରେ ବୌଦ୍ଧ -ରେଢାଖୋଲ ରାସ୍ତା ଅବରୋଧ 

0 1

 ଗ୍ରାମବାସୀ ଦେଲେ ଧମକ: ଉପଜିଲ୍ଲାପାଳଙ୍କୁ  ଦେଲେ ଦାବି ପତ୍ର

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ଖରା ତାତି  ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ର ବିଭିନ୍ନ  ଅଞ୍ଚଳରେ ପାନୀୟ ଜଳର ଅଭାବ ଦେଖା ଦେଇଛି। ସେହିପରି ରେଢାଖୋଲ ଏନ୍‌ଏସିର ଶୁଣ୍ଢିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବକୁ ନେଇ ରାସ୍ତା ଅବରୋଧ କରିବାକୁ ଗ୍ରାମବାସୀ ମାନେ  ଧମକ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ୍‌ଏସିର ଶୁଣ୍ଡିମୁଣ୍ଡା ଗ୍ରାମରେ ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀ ମାନେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି। ରେଢାଖୋଲ ଏନ୍‌ଏସିର ଓାର୍ଡ ନଂ ୨ ର ଏହି ଗ୍ରାମରେ ଶତାଧିକ ଲୋକ ବାସ କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ନିକଟସ୍ଥ କେରାଣ୍ଡିଜୋରକୁ ପାଣି ପାଇଁ ଯାଉଥିବା କହିଛନ୍ତି । ସେମାନେ ଅପରିଷ୍କାର ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଆଗରୁ ଉଚ୍ଚ କତୃପକ୍ଷଙ୍କୁ ଲିଖିତାକାରରେ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାନୀୟ ଜଳର ସୁବିଧା ହୋଇ ପାରି ନାହିଁ।

ଗତ ତା ୨୬ ମଇ ରେ ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପୁନର୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର କରା ନ ଯିବାରୁ ଆଜି ବାଧ୍ୟ ହୋଇ ଶୁଣ୍ଢିମୁଣ୍ଡା ଗ୍ରାମବାସୀ ମାନେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଆଗାମୀ ଜୁନ୍ ୫ ତାରିଖର ଦିନ  ବୌଦ୍ଧ – ରେଢାଖୋଲ ରାସ୍ଥା ଅବରୋଧ କରିବେ ବୋଲି ଦାବି ପତ୍ରରେ ଉଲ୍ଲେଖ  କରିଛନ୍ତି। ଆଜି ଗ୍ରାମ ବାସୀ ମାନେ  ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲଙ୍କୁୁ ସାକ୍ଷାତ କରି ଦାବୀପତ୍ର ଦେଇଛନ୍ତି। ପୂର୍ବରୁ ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ,ରେଢାଖୋଲ, ଉପଖଣ୍ଡ ଜଳଯୋଗାଣ ଅଧିକାରୀ ମାନଙ୍କୁ ମଧ୍ୟ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

Leave A Reply

Your email address will not be published.