ରେଢ଼ାଖୋଲରେ ପଙ୍ଗପାଳ, ଚାଷୀ ଆତଙ୍କିତ 

0 1

ରେଢ଼ାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ଆଜି ସକାଳେ ଏକ ଅରଖ ଗଛରେ ଦଳେ ପଙ୍ଗପାଳ ପୋକ ବସି ସବୁ ପତ୍ର ଖାଇ ଦେଇଥିବା କିଛି ଲୋକ ଦେଖିଥିଲେ। ଏହି ଖବର ସେହି ଅଞ୍ଚଳରେ ପ୍ରଚାର ହେବା ପରେ ଚାଷୀଙ୍କ ମନରେ ଏକ ଭୟ ବାତାବରଣ ସୃଷ୍ଟି କରିଛି। ଗୋଟିଏ ପଟେ କରୋନା ଭୁତାଣୁ ସଂକ୍ରମଣରୁ କିପରି ନିଜକୁ ରକ୍ଷା କରିବେ ବୋଲି  ଲୋକେ ଚେଷ୍ଟା କରୁଥିବାବେଳେ ଏବେ ପୁଣି ପଙ୍ଗପାଳ ଆତଙ୍କ ରେଢ଼ାଖୋଲ ଅଞ୍ଚଳରେ ଆତଙ୍କିତ କରିଛି।

Leave A Reply

Your email address will not be published.