ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟରେ ଦିନକୁ ଦିନ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କିମସର ସ୍ଵତନ୍ତ୍ର କୋବିଡ ହସପିଟାଲ କାରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ କାରୋନା ଆକ୍ରାନ୍ତ ପ୍ରସୂତିଙ୍କ ପୁତ୍ର ସନ୍ତାନ ପ୍ରସବ ସଫଳତାର ସହ କରାଇ ପାରିଛନ୍ତି। ନିକଟରେ କରୋନା ହସପିଟାଲରେ ଚିକିତ୍ସିତ କେତେକ କାରୋନା ଆକ୍ରାନ୍ତ ଗର୍ଭବତୀ ମହିଳା ମଧ୍ୟ ସୁସ୍ଥ ହୋଇ ଫେରିଛନ୍ତି। ଏବେ କିମ୍ସ କୋବିଡ ହସପିଟାଲର ଡାକ୍ତରମାନେ ଜଣେ କାରୋନା ଆକ୍ରାନ୍ତ ଗର୍ଭବତୀଙ୍କ ପ୍ରସବ କରାଇବାରେ ସଫଳ ହୋଇଛନ୍ତି। ମେ ୩୦ ତାରିଖରେ ବାହାର ରାଜ୍ୟରୁ ଆସି କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଗର୍ଭବତୀ ମହିଳା କାରୋନା ସଂକ୍ରମିତ ଜଣା ପଡିବା ପରେ କିମ୍ସ କୋବିଡ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ। ଜୁନ ୨୧ ତାରିଖରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସମୟ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କ ନମୁନା ନେଗେଟିଭ ଆସିବା ପର୍ଯ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ ରଖିବା ପାଇଁ କିମ୍ସ ଡାକ୍ତରମାନେ ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ମହିଳାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲେ ସେଥିପାଇଁ କିମ୍ସ କୋବିଡ ହସପିଟାଲରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଜୁନ ୧ ତାରିଖରେ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କର ପ୍ରସବ କରାଇବା ପାଇଁ କିମ୍ସ ଡାକ୍ତରମାନେ ନିଷ୍ପତି ନେଇଥିଲେ । ତାଙ୍କର ପ୍ରଥମ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିଲା । ଏବେ ସେ କାରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ପ୍ରସବ କରାଇବା ବିପଦପୂର୍ଣ୍ଣ ଥିଲେ ମଧ୍ୟ ଏଥିରେ ଡାକ୍ତରମାନେ ସଫଳ ହୋଇଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ଏହି ସଫଳତା ପାଇଁ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ସ କୋବିଡ-୧୯ ହସପିଟାଲ, କିମ୍ସ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.