ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ: ରାୟଗଡ ଜିଲ୍ଲା ଗୁଣପୁର ବିଜେପି କର୍ମକର୍ତାଙ୍କଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରତିନିଧି ଶ୍ରୀ ୱାଇ.ଗଣପତିଙ୍କ ନେତ୍ତୃତ୍ୱରେ ରାୟଗଡା ଏବଂ କୋରାପୁଟ ଜିଲ୍ଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ଅନୁଯାଇ ପ୍ରତେକ ଗ୍ରାମ ପଞ୍ଚାୟତକୁ କୋରୋନା ପାଇଁ ସରକାର କେତେ ଟଙ୍କା ଦେଇଛନ୍ତି । ସେଥିରୁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋହିଛି , କ୍ୱାରେଣ୍ଟିନ ସେଣ୍ଟରେ ଆଜି ସୁଦ୍ଧା କେତେଜଣ ରହିଛନ୍ତି , କ୍ୱାରେଣ୍ଟିନ ସେଣ୍ଟରକୁ କେତେଜଣ ସ୍ୱାସ୍ଥ୍ୟ କର୍ମୀ ପରିଦର୍ଶନରେ ଆସିଛନ୍ତି ଏହିଭଳି ସାତୋଟି ବିନ୍ଦୁ ଉପେରେ ବିବରଣୀ ମଗାଯାଇଥିବା ସୁଚନା ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗରିବ ଏବଂ ଅସହାୟ ଲୋକଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଯେଭଳି ଠିକ ଲୋକଙ୍କ ପାଖରେ ପହଞ୍ଚିବ ଜାଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏହା ମଗାଯାଇଥିବା ଉଲ୍ଲେଖ କରିଛନ୍ତି । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଉଅଛି କି ରାୟଗଡା ଜିଲ୍ଲା ରେ ବର୍ତମାନ ସୁଧା ଗ୍ରୀନ ଜୋନ ରେ ରହିଛି । ଏହାର ସୀମାରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ନାହାନ୍ତି ଏଣୁ ପଡୋଶୀ ଜିଲ୍ଲାରୁ ଏବଂ ଆନ୍ଧ୍ରପ୍ରଦେଶରୁ ବିନା ଦ୍ବିଧାରେ ଅନୁପ୍ରବେଶକାରି ଜିଲ୍ଲାରେ ପ୍ରବେଶ କରୁଛନ୍ତି ଯାହାପାଇଁ ଆମ ଜିଲ୍ଲା ମଧ୍ୟ ସଂକ୍ରମିତ ହୋଇପାରେ । ଏଣୁ ଏଥିପ୍ରତି ସମସ୍ତଙ୍କୁ ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମିଡିଆ ସେଲ୍ କୋଡିନେଟର ଫାଲଗୁନି ଶବର , ନଗର ସଦସ୍ୟ ଶ୍ରୀନିବାସ ସ୍ୱାଇଁ , ଗୋପାଳ କୃଷ୍ଣଦେବ ପାତ୍ର , ଭଗବାନ ଚୌଧରୀ,ୱାଇ. ସାନମୁଖା, ବାବୁରାଓ, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.