ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ଡାକ୍ତରଙ୍କ ସହ ତାଙ୍କର ସାନ ଦୁଇ ଭାଇ ସୁଶାନ୍ତ ଓ ବସନ୍ତ ମଧ୍ୟ ସୁରାଟରେ କାମ କରୁଥିଲେ। ବସନ୍ତ ଗଞ୍ଜାମ ଜିଲ୍ଲାକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ଡାକ୍ତର ଓ ସୁଶାନ୍ତ ଓଡିଶା ଫେରିବା ପାଇଁ ଅପେକ୍ଷାରେ ଥିଲେ। ହେଲେ କୌଣସି କାରଣରୁ ଡାକ୍ତରଙ୍କ ମୁଣ୍ଡ ମସ୍ତିଷ୍କରେ ଫାଟ ସୃଷ୍ଟି ଯୋଗୁଁ ମଇ ୨୦ ତାରିଖରେ ହତାତ୍ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ସୁରାଟର ସରକାରୀ ମେଡ଼ିକାଲ କଲେଜ ଓ ମଇ ୨୨ ତାରିଖରୁ ସୁରାଟର କିରଣ ହସପିଟାଲକୁ ସ୍ଥାନାନ୍ତର ହୋଇଥିଲେ। କିରଣ ହସପିଟାଲରେ ନେରୋ ସର୍ଜରୀ ଡାକ୍ତର ଭୌମୀକ ଠାକୁରଙ୍କ ଦାୟିତ୍ୱରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ ପାଇଁ ୫ ଲକ୍ଷ ଆବଶ୍ୟକ ପଡୁଥିବା ବେଳ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାସହ ସରକାରୀ ସାହାଯ୍ୟରେ ମାଗଣା ଚିକିତ୍ସା ପାଇଁ ଉଦ୍ୟମ କରି ଆୟ ପ୍ରମାଣ ପତ୍ର ପ୍ରଭୃତି ଯୋଗାଡ଼ କରି କାମ ଆଗେଇ ଚାଲିଥିଲା। ସେବାରେ ଅସୁବିଧା ଯୋଗୁଁ ପରିବାର ଲୋକେ ମଇ ୨୮ ତାରିଖ ଅପରାହ୍ନରେ ସୁରାଟର କିରଣ ହସପିଟାଲରୁ ଡାକ୍ତର ଦିହୁଡ଼ିଙ୍କୁ ଭୁବନେଶ୍ୱର ଏମସ୍ ହସପିଟାଲକୁ ଆମ୍ବୁଲାନ୍ସ ଯୋଗେ ଆଣୁ ଥିବା ବେଳେ ମଇ ୨୯ ତାରିଖ ସକାଳ ସାଢେ ୧୦ ଟା ସମୟରେ ମହାରାଷ୍ଟ୍ର ସୀମାରେ ଡାକ୍ତରଙ୍କ ପ୍ରାଣବାୟୁ ଚାଲିଯାଇଥିଲା।
Sign in
Sign in
Recover your password.
A password will be e-mailed to you.