କେଜିଏମଏନରେ ଅନ୍ତେବାସୀ ଶିଶୁଙ୍କୁ ମାଡ଼ ଘଟଣା : ଜଣେ  ଅଭିଯୁକ୍ତ ଗିରଫ 

0

ଅଧ୍ୟକ୍ଷଙ୍କ ହାସ୍ୟାସ୍ପଦ ବୟାନ ” ଚୋର ଭାବି ରାତ୍ର ଜଗୁଆଳି ଦୁଇ ପିଲାଙ୍କୁ ମାଡ଼ ମାରିଛି” 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରୁ ମାତ୍ର କିଛି ଦୂରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରପତି ପଦକରେ ସମ୍ମାନିତ ସ୍ବର୍ଗତ ପାର୍ବତୀ ଗିରି ଅନାଥ ଶିଶୁ ମାନଙ୍କୁ ସେବା ଯତ୍ନ କରିବା ପାଇଁ ଏକ ମାତୃନିକେତନ  ସ୍ଥାପନ କରିଥିଲେ ନିଜସ୍ୱ ଉଦ୍ୟମରେ । ବଡମାଁ ( ପାର୍ବତୀ ଗିରି ) ଜୀବିତ ଥିବା ପର୍ଯ୍ୟନ୍ତ ନିଜେ ପ୍ରତ୍ୟକ୍ଷ ଭାବରେ ଏହି ଅନୁଷ୍ଠାନର ଅନ୍ତେବାସୀ ଶିଶୁ ମାନଙ୍କର ଯତ୍ନ ନେଉଥିଲେ ଏହା କାହାରିକୁ ଅଛପା ନାହିଁ । ବଡମାଁ ଙ୍କର ଦ୍ୱାରା ସ୍ଥାପନ କରା ଯାଇଥିବା ଏହି ଅନୁଷ୍ଠାନ ବର୍ତ୍ତମାନ ସମୟରେ ବିବାଦ ଘେରରେ କାରଣ କେବଳ ଏହି ଅନୁଷ୍ଠାନର ସରକାରୀ ଦରମାଖିଆ ଅଧ୍ୟକ୍ଷ ଙ୍କର କାର୍ଯକଳାପ ପାଇଁ । 

        ପୂର୍ବରୁ ଏହି ଅଧ୍ୟକ୍ଷଙ୍କର ନାମରେ ଅନେକ ଅଭିଯୋଗ ଲୋକଲୋଚନକୁ ଆସିସାରିଛି । ଯାହାର ତଦନ୍ତ  ମଧ୍ୟ ଜାରି ରହିଛି । ଏବେ ଗତ କିଛି ଦିନ ହେଲା ଅନ୍ୟ ଏକ ବିବାଦ ସିଧାସଳଖ ଅଧ୍ୟକ୍ଷ ଆଡକୁ ଆଙ୍ଗୁଳି ନିର୍ଦେଶ କରୁଛି। ଘଟଣାଟି ହେଲା ଗତ 25 ତାରିଖ ମଧ୍ୟ ରାତି 12 ଘଣ୍ଟା ସମୟ ପରେ ଅନୁଷ୍ଠାନର ଦୁଇ ଜଣ ଅନ୍ତେବାସୀ ନାବାଳକ ପରିସ୍ରା କରିବା ପାଇଁ ଉଠିଥିଲେ । ସେହି ସମୟରେ ଅନୁଷ୍ଠାନର ରାତ୍ର ଜଗୁଆଳି ଜଣକ ଉଭୟ ଛୁଆ ଙ୍କୁ ପ୍ରଚୁର ମାଡ଼ ମାରିଥିଲା । ସକାଳେ ଏହି ମାଡ଼ମରା ଘଟଣା ପ୍ରଘଟ ହେବାରୁ ଅନୁଷ୍ଠାନ ର ଅଧ୍ୟକ୍ଷ ମହୋଦୟ ବୟାନ ଦେଇଥିଲେ ଯେ ଚୋର ଭାବି ରାତ୍ର ଜଗୁଆଳି ଦୁଇ ଜଣଙ୍କୁ ମାଡ଼ ମାରିଛି ।    ଅଧ୍ୟକ୍ଷ ମହାଶୟ ଙ୍କର ବୟାନ ନିଶ୍ଚିତ ଭାବରେ ସନ୍ଦେହସ୍ପଦ ଓ ହାସ୍ୟାସ୍ପଦ ମଧ୍ୟ । କାରଣ ଅନୁଷ୍ଠାନ ର ପ୍ରତ୍ୟେକ ସ୍ଥାନ କୁ ଜିଲ୍ଲାପାଳଙ୍କ ଆଦେଶରେ ସମ୍ପୁର୍ଣ୍ଣ ଭାବରେ ଆଲୋକିତ କରାଯାଇଛି । ଏହିଭଳି ଆଲୋକ ପୁର୍ଣ ପରିସରରେ ଛୁଆ ମାନଙ୍କୁ ଚୋର ଭାବି ମାଡ଼ ମରିବାର ଯୁକ୍ତି କୋଣସି ବ୍ୟକ୍ତି ବୁଝିପାରିବ ନାହିଁ । ଅପର ପକ୍ଷରେ ଛୁଆ ମାନଙ୍କର କହିବା ମୁତାବକ ରାତ୍ର ଜଗୁଆଳି ଓ ଅନ୍ୟ ଦୁଇ ଜଣ ଯୁବକ ଏକ ପରିତ୍ୟକ୍ତ ଗାଡି ନିକଟରେ ଛିଡା ହେଇ କଣ ଗୋଟେ କରୁଥିଲେ ଯାହାକି ପ୍ରଘଟ ହେଇଯିବା ଭୟରେ ରାତ୍ର ଜଗୁଆଳି ସେମାନଙ୍କୁ ମାଡ଼ ମାରିଥିଲା । ତେବେ ପ୍ରଶ୍ନ କେବଳ ଏତିକି ଯେ ପୂର୍ବରୁ ବିଭିନ୍ନ ଆରୋପରେ ଜଡି ହେଇଥିବା  ଅଧ୍ୟକ୍ଷ ମହାଶୟ କେଉଁ କାରଣରୁ ଓ କେଉଁ ମାନଙ୍କୁ ରକ୍ଷା କରିବା ପାଇଁ ମିଛ କହୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆମେ ଏହି ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ  ଅଧ୍ୟକ୍ଷଙ୍କୁ ଫୋନ କରିଥିଲୁ ଓ ତାଙ୍କର କଲ ରେକର୍ଡ କରଥିଲୁ । ତାଙ୍କର କହିବା ମୁତାବକ ଛୁଆ ମାନେ ଯାହାବି  ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏବେ ଏହି ଘଟଣା ର ସରଜମିନ ତଦନ୍ତ ପାଇଁ ଉପଜିଲ୍ଲାପାଳ ପଦ୍ମପୁର ଶ୍ରୀ ତନ୍ମୟ କୁମାର ଦରୱାନ ,  ଡିଏସପି  ଶ୍ରୀ  ଦିନେଶ ନାଏକ , ସିଡବ୍ଲ୍ୟୁସି  ଅଧ୍ୟକ୍ଷ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ପ୍ରମୁଖ ମାତୃନିକେତନକୁ ଯାଇଥିଲେ । ଏବେ ଦେଖିବାକୁ ବାକି ରହିଲା ଯେ CWC ଏହି ନିର୍ମମ ଭାବରେ ନିର୍ଯାତିତ ଶିଶୁ ମାନଙ୍କୁ କିଭଳି ନ୍ୟାୟ ପ୍ରଦାନ କରୁଛି । ନିଜେ  ସିଡବ୍ଲ୍ୟୁସି ଅଧ୍ୟକ୍ଷ ଛୁଆ ମାନଙ୍କର ବୟାନ ନେଇଛନ୍ତି । 

       ଅନ୍ୟପଟେ ଏହି ମାମଲା କୁ ନେଇ ଆଜି ପାଇକମାଲ ଥାନାରେ କେଶ ନମ୍ବର 84 ଧାରା 75 ଜେଜେ act 2015 , 341, 323,34ipc ରେ ମାମଲା ରୁଜୁ କରି ଅଭିଯୁକ୍ତ ରାତ୍ର ଜଗୁଆଳି କୁ ଗିରଫ କରିଛି ।  ଏହି ଘଟଣା କୁ ଗୁରତ୍ୱ ପ୍ରଦାନ କରି ତଥା ଅନୁଷ୍ଠାନ କୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ବର୍ତମାନ  ସିଡବ୍ଲ୍ୟୁସି ଅଧିକ ତତ୍ପରତା ପ୍ରକାଶ କରିବା ସହିତ ସମସ୍ତ ଅଭିଯୋଗର ତଦନ୍ତ ନିହାତି ଭାବରେ କରିବା ଦରକାର ବୋଲି ସଚେତନ ନାଗରିକ ମତ ରଖିଛନ୍ତି ।

Leave A Reply

Your email address will not be published.