ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି ପକ୍ଷରୁ ସ୍ଵଚ୍ଛସାଥି ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ

0

 ସମ୍ବଲପୁର/ରମାକାନ୍ତ ବିଶ୍ବାଳ:  କୋଭିଡ-୧୯ ପାଇଁ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନ ରେ । ଘରେ ରହିବା, ସାମାଜିକ ଦୂରତା, ସ୍ୱଚ୍ଛତା ହିଁ ଏହି କରୋନା ଭୁତାଣୁ ସଂକ୍ରମଣ କୁ ରୋକିବାର ଏକମାତ୍ର ଉପାୟ । କିନ୍ତୁ ଏଭଳି ସମୟରେ ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ କାମ କରୁଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ, ସଫେଇ କର୍ମଚାରୀ ଙ୍କ ଭଳି ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧା । ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜୀ ଙ୍କ ଆହ୍ୱାନ କ୍ରମେ ଭାରତୀୟ ସେନା ର ତିନୋଟି ଯାକ ବିଭାଗ ଠୁଁ ଆରମ୍ଭ କରି ବିଜେପି ଓ ଅନ୍ୟ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ ଏଭଳି କୋଭିଡ ଯୋଦ୍ଧା ଙ୍କୁ ସମ୍ମାନିତ କରୁଛନ୍ତି ।

         ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ର ସାକ୍ଷୀଗୋପୀନାଥ ମଣ୍ଡଳ ପକ୍ଷରୁ ସନ୍ତୋଷି ମାଁ ମନ୍ଦିର ଛକ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳର ସାକ୍ଷୀପଡା, ମହାନ୍ତିପଡା ଅଞ୍ଚଳରେ କାର୍ଯ୍ୟରତ ସମ୍ବଲପୁର ମହାନଗର ନିଗମ ର ସଫେଇ କର୍ମଚାରୀ ଙ୍କୁ ମଣ୍ଡଳ ବିଜେପି ପକ୍ଷରୁ ସମ୍ମାନିତ କରାଯାଇଛି । ୩୦ ନମ୍ବର ୱାର୍ଡ ର ନିଯୁକ୍ତ ଦୁଇ ଜଣ ସ୍ୱଚ୍ଛସାଥି ଶ୍ରୀମତୀ ସାନି ମୁଣ୍ଡ, ଶ୍ରୀମତୀ ପରିମିତା ବାଗ ଓ ସୁପ୍ରଭାଇଜର କମଲ ବନଛୋର ଙ୍କ ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ସଫେଇ କର୍ମଚାରୀ ଙ୍କୁ ଆଜିର କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଥିଲା । ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରଥମେ ସେନିଟାଇଜର ରେ ତାଙ୍କ ହାତ କୁ ସଫା କଲା ପରେ ତାଙ୍କୁ ଫୁଲମାଲ ପିନ୍ଧା ଯାଇଥିଲା । ତାପରେ ତାଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରି ତାଙ୍କ ସେବାରେ ଜଳଖିଆ, ପାଣି ବୋତଲ ଓ ଚାହା ଯୋଗେଇ ଦିଆଯାଇଥିଲା ।

          ମଣ୍ଡଳ ସଭାପତି ସରୋଜ ଘଡାଇ ଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଗିରିଶ ପଟେଲ କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଆରତୀଲତା ବରାଡ଼ ପୂର୍ବତନ କାଉନସିଲର ଶ୍ରୀମତୀ ସରୋଜିନୀ ବନଛୋର ବରିଷ୍ଠ ବିଜେପି ନେତ୍ରୀ ସୁଶ୍ରୀ ହରିପ୍ରିୟ ସିଂ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଦଶରଥ ମେହେର ସୁଶୀଲ ଶର୍ମା, ମମତା ହେମ୍ରମ, ସୌମିତ୍ର ଜତି, ନିର୍ମଲ ମୁଣ୍ଡା, କମଲଜିତ ସିଂ, ମଞ୍ଜୁ ସିଂ, ପ୍ରକାଶ ବାରିକ, ସବିତା ସାହୁ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.