ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ 

0

ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ):  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟନାୟକ ଙ୍କ ଆହ୍ୱାନ କ୍ରମେ କ୍ରମେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ତତ୍ୱାବଧାନରେ ସୁନ୍ଦରଗଡ଼ ସଦର ବ୍ଲକ ସଭାପତି ତଥା ବ୍ଲକ ଉପାଧକ୍ଷ ଶ୍ରୀ ଅଶ୍ଵିନୀ କୁମାର ନାଏକ ଙ୍କ ଆୟୋଜନ କ୍ରମେ ସଦର ବ୍ଲକ ଦେଉଳି ୟୁ. ପି ସ୍କୁଲ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l  ଉକ୍ତ କାର୍ଯ୍ୟକ୍ରମ କୁ ବିଜୁ ଜନତା ଦଳର ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ଶ୍ରୀ ବିନୟ କୁମାର ଟପ୍ପୋ ଓ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଉପସ୍ଥିତ ଥିବା ଲୋକମାନଙ୍କୁ  କରୋନା ସମ୍ବନ୍ଧୀୟ  ସରକାରଙ୍କ ସମସ୍ତ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ ଓ ସଚେତନତା ସାମଗ୍ରୀ  ମାସ୍କ  ବଣ୍ଟନ କରିଥିଲେ  l ଆଜିର ଏହି ଜ଼ିବନ ବିନ୍ଦୁ କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ L&T ଟୋଲ ପ୍ଲାଜା ପରିଚାଳକ ସତ୍ୟବ୍ରତ ପ୍ରଧାନ ସ୍ୱଇଚ୍ଛାରେ ଆସି ରକ୍ତ ଦାନ କରି ଅନ୍ୟମାନଙ୍କୁ ରକ୍ତ ଦାନ କରିବା ପାଇଁ ଉତ୍ସାହିତ କରିଥିଲେ l ଆଜିର ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ  ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଆଜିର ଏହି ଜ଼ିବନ ବିନ୍ଦୁ କାର୍ଯ୍ୟକ୍ରମ ରେ ନଳିନୀ ପ୍ରଧାନ (ସରପଞ୍ଚ ), ରୀନା ଦେଉରିଆ (ସମିତି ସଭ୍ୟା ), ଜ଼ିଲ୍ଲା ଆବାହକ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଅଶୋକ କୁମାର ସ୍ୱାଇଁ , ସ୍ୱରାଜ ପଟେଲ (ଆଇନଜୀବି ) ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଅନ୍ୟତମ ଅତିଥି ଭାବେ ରଞ୍ଜନ ପଶାୟତ, ଭେଷଜ ମିଶ୍ର, ଦିଲେଶ୍ଵର ପଟେଲ, ମନୋରଥ ପଟେଲ, ଧୂର୍ବ ମେହେର, ସୁରେଶ ପଟେଲ, ଶଶିଭୂଷଣ ନାଏକ, ଲଳିତ ସେଠ, ସେହଵାଜ ହୁସେନ, ଅନିରୁଦ୍ଧ ସାହୁ, ଦିନେଶ ଠାକୁର, ହେମନ୍ତ ପାଢ଼ୀ ସମେତ ଅନ୍ୟମାନେ  ଯୋଗଦେଇଥିଲେ  l ରକ୍ତ ଦାନ କରିଥିବା ରକ୍ତଦାତା ମାନଙ୍କ ମଧ୍ୟରେ ଅଛନ୍ତି ମୁକେଶ ଦେହୁରୀଆ, ସଞ୍ଜୟ ପଟେଲ, ଆନନ୍ଦ ଲାଲ ଶେଖର ଦେଓ, ପ୍ରଫୁଲ୍ଲ କୁମାର ପଟେଲ, ଅମିତ ସିଂ, କୃଷ୍ଣ ଚନ୍ଦ୍ର ଭୈସାଲ,, ଦିଲେଶ୍ଵର ପ୍ରଧାନ, ବିଶ୍ୱଜିତ ମକର, ନିମାଇଁ ଚାନ୍ଦ ତେଲି, କାମିନୀ ଶେଖର ଦେଓ,  ଦିବ୍ୟ ଲୋଚନ ପଟେଲ, ଟିକନାଥ ମଗର, ସମେତ ଅନ୍ୟମାନେ l

Leave A Reply

Your email address will not be published.