ସମ୍ବଲପୁର,ରେଙ୍ଗାଲି (ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦିନ ୯ଟା ସମୟ ରେ ରଙ୍ଗଟିକ୍ରା ରେ ଥିବା ଲାଇଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟେ ରହୁଥିବା ଏକ ହରିଜନ ପରିବାର ର ଆଜନ୍ମ ପୋଲିଓ ଆକ୍ରାନ୍ତ ଦିବ୍ୟାଙ୍ଗ ବାଳିକାକୁ ରଙ୍ଗଟିକ୍ରା ଗ୍ରାମ ର ନିତ୍ୟାନନ୍ଦ ମହାନନ୍ଦ (45) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ସୂଚନା ଅନୁଶାରେ ଆଜି ସକାଳେ ବାଳିକା ଜଣକ ଏକୁଟିଆ ଘରେ ଥିବା ବେଳେ ନିତ୍ୟାନନ୍ଦ ଘରକୁ ପଶି ବାଳିକାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା l ପୀଡିତାର ବାପା ଘରକୁ ଫେରିଲା ପରେ ଘଟଣା ସଂକ୍ରାନ୍ତ ରେ ଝିଅଠାରୁ ଜାଣିବାକୁ ପାଇଥିଲେ l ଏହା ପରେ ପୀଡିତାଙ୍କ ବାପା ଲାଇଡା ଫାଣ୍ଡିକୁ ଯାଇ ନିତ୍ୟାନନ୍ଦ ବିରୋଧ ରେ ଏତଲା ଦେଇଥିଲେ l ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ କତରବଗା ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କୁ ଘଟଣା ବାବଦରେ ଅବଗତ କରାଇ ଲାଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୀଡିତା ଏବଂ ଅଭିଯୁକ୍ତ ର ଡାକ୍ତରୀ ମାଇନା କରାଇଥିଲେ । ଘଟଣା କୁ ନେଇ ଅଂଚଳ ରେ ତିବ୍ର ଉଦବେଗ ପ୍ରକାଶ ପାଇବା ସହିତ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ଦାବି ହୋଇଛି l ଲଇଡା ସରପଞ୍ଚ ଯୁଗଳ କିଶୋର ସାହୁ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ପୀଡିତାର ପରିବାରକୁ ଭେଟି ସମବେଦନା ବ୍ୟକ୍ତ କରିଛନ୍ତି । କତରବଗା ଥାନାରେେ. 80/20 U/S 376(2)(L) /506 IPC. ମାମଲା ରୁଜୁ ହୋଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post