ନିରାଡମ୍ବରରେ ସମ୍ପନ୍ନ ହେଲା ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ଉତ୍ସବ

0

 http://www.youtube.com/watch?v=MZzSZtWjA9E

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସାମାଜିକ ଦୁରତା ଆଉ ସରକାରୀ ନିୟମ ଅନୁସରଣ ପୂର୍ବକ ଆଜି ପ୍ରସିଦ୍ଧ ନନ୍ଦପଡା  ବାଲୁଙ୍କେଶ୍ୱର ବାବାଙ୍କର ପତର ପେଣ୍ଡି  (ନିର୍ବନ୍ଧ) ଉତ୍ସବ  ଅନୁଷ୍ଠିତ ହୋଇଛି l  ଏଥିସହ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଓ ରୀତିନୀତି ଅନୁସାରେ ବାଲୁଙ୍କେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।

ବରପିତା ରାମଚରଣ ମିଶ୍ର କନ୍ୟା ଖୋଜା ଅନ୍ବେଷଣରେ ସପ୍ତଋଷିଙ୍କ ସହ ଗୋଧୂଳି ଲଗ୍ନରେ ବାହାରିଥିଲେ। ସନ୍ଧ୍ୟା ୬ଟାରେ ବରପିତା, ପଣ୍ଡିତ, ସପ୍ତଋଷି ଅଇଁଠାପାଲିର ଶୁଭଶ୍ରୀ ବିହାରସ୍ଥିତ କନ୍ୟାମାତା ରିଙ୍କି ଓ ପିତା ସୁକାନ୍ତ ବିଶିଙ୍କ ବାସଭବନରେ ପହଂଚିଥିଲେ l ସେଠାରେ କନ୍ୟାପକ୍ଷ ଓ ବରପକ୍ଷ ପଣ୍ଡିତମାନଙ୍କ ମନ୍ତ୍ରୋଚାରଣରେ ଶିବଙ୍କ ଗୁଣଗ୍ରାମ ବିଷୟରେ ପ୍ରଶ୍ନୋତ୍ତର ହୋଇଥିଲା। ଏହାପରେ ଶଙ୍ଖନାଦ, ହରିବୋଲ ହୁଳହୁଳି ଧ୍ୱନିରେ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କୁ ବିବାହ କରିବାକୁ କନ୍ୟାପକ୍ଷ ସମ୍ମତି ପ୍ରଦାନ କରିଥିଲେ । ତତ୍‌କ୍ଷଣାତ ବରପିତା ରାମଚରଣ  କନ୍ୟାମାତା ପିତାଙ୍କୁ ଥାଳରେ ଶାଳପତ୍ର ପେଣ୍ଡା, ବେଲପତ୍ର, ଫୁଲ, ଚନ୍ଦନ ପ୍ରଦାନ କରି ବିବାହ ଚୂଡାନ୍ତ କରିଥିଲେ। ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ବିଜୟ ମିଶ୍ର, କାମପାଳ ହୋତା, ନିଗମାନନ୍ଦ ମିଶ୍ର, ଚକ୍ରଧର ମିଶ୍ର, ଶଶାଙ୍କ ଶେଖର ନନ୍ଦ, ଗୋଲକ ବିହାରୀ ମିଶ୍ର ଓ ଅଚ୍ୟୁତ ମିଶ୍ର ସପ୍ତଋଷି ଥିଲେ। କରୋନା କଟକଣା ଯୋଗୁ ଚଳିତବର୍ଷ ଦୁଲଦୁଲି, ଝଣ୍ଡା, ଛତ୍ର, ବୈରଖ, ନୃତ୍ୟଗୀତ ହୋଇ ନ ଥିଲା। ପ୍ରଥମ ଥର ପାଇଁ ଏପରି ନିରାଡମ୍ବର ଭାବେ ପତରପେଡିଁ ଉତ୍ସବ  ସମ୍ପନ୍ନ ହୋଇଥିବା ପଡାର ବରିଷ୍ଠ ନାଗରିକମାନେ  ପ୍ରକାଶ କରିଛନ୍ତି l

Leave A Reply

Your email address will not be published.