ପ୍ରବାସୀଙ୍କ ସସମ୍ମାନେ ଘରବାହୁଡା : ଖୋଦ ଜିଲ୍ଲାପାଳ- ସିଡିଏମଓ ଉପସ୍ଥିତ ରହି କଲେ ତଦାରଖ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ରାଜ୍ୟ ସରକାରଙ୍କ ତରଫରୁ କରୋନା ଯୋଗୁଁ ଅଟକି ରହିଥିବା ପ୍ରବାସୀ ନାଗରିକଙ୍କୁ ସସମ୍ମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ସ୍ବତନ୍ତ୍ର ଟ୍ରେନ ଯୋଗେ ପଠାଇ ଦିଆଗଲା। ବିଭିନ୍ନ ଜିଲ୍ଲାରେ ଲକଡାଉନ ଯୋଗୁଁ ଅଟକ ରହିଥିବା ପ୍ରବାସୀ ମାନଙ୍କୁ ଭୁବନେଶ୍ୱର ନୂତନ ରେଳ ଷ୍ଟେସନକୁ ଅଣାଯାଇ କୋଭିଡ଼-୧୯ ନିୟମାବଳୀ ଅନୁଯାୟୀ ସ୍କ୍ରିନିଂ କରାଯିବା ସହ ଖାଦ୍ୟ ପାନୀୟ ସହ ପାଖରେ ମହଜୁଦ ରଖିବା ପାଇଁ କିଛି ଶୁଖିଲା ଖାଦ୍ୟ ଦିଆଯାଇ ସସମ୍ମାନେ ବିଦାୟ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା କରାଯାଇଥିବା ବେଳେ ଖୋଦ ଜିଲ୍ଲାପାଳ ସୀତାଶୁଂ ରାଉତ ଘଟଣାସ୍ଥଳରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିବା ସହ ଉପସ୍ଥିତ କର୍ମଚାରୀ ଙ୍କ ମନୋବଳ ବଢାଇଥିଲେ।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ବିଶ୍ବକେତନ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ଡାକ୍ତରୀ ଦଳ    ବେଶ ଉତ୍ସାହ ଆଉ ତତ୍ପରତା ସହ ନିଜ କର୍ତ୍ତବ୍ୟ ସଂପାଦନ କରିଥିଲେ। ନିଜେ ମେଣ୍ଢାଶାଳ ଚିକିତ୍ସା ଅଧିକାରୀ ମୋହନ ହେମ୍ରମ୍ବ ଉପସ୍ଥିତ ରହି ଯାଞ୍ଚ  ପ୍ରକ୍ରିୟାକୁ ତ୍ବରିତ ଆଉ ନିଶ୍ଚିତ   କରିଥିଲେ।

Leave A Reply

Your email address will not be published.