ହାତୀ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ମହିଳାଙ୍କ ମୃତ୍ୟୁ

0

 ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା  ନାକ୍ଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା କେନ୍ଦୁ ପତ୍ର ତୋଳାଳିିଙ୍କୁ ଆଜି ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ନାକ୍ଟିଦେଉଳ  ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ବେଠିଆବେନି ଗ୍ରାମରେ ଜଣେ ମହିଳା କେନ୍ଦୁ ପତ୍ର ତୋଳି ଯାଇଥିବା ବେଳେ ଜଙ୍ଗଲରେ ହାତୀ ସାମ୍ନାରେ ପଡିଯାଇଥିଲେ। ହାତୀଟି ମହିଳାଙ୍କୁ ଦଳିଦେଇ ସେଠାରୁ ଜଙ୍ଗଲ ଆଡକୁ ପଳାଇଯାଇଥିଲା l ମୃତ ମହିଳା ଜଣଙ୍କ ହେଲେ ଦମୟନ୍ତୀ ଦେହୁରୀ (୬୫)। ବହୁ ସମୟ ଧରି ସେ ଘରକୁ ନ ଆସିବାରୁ ଖୋଜାଖୋଜି ପରେ ନିକଟସ୍ଥ ଜଙ୍ଗଲରେ  ତାଙ୍କର ମୃତ ଦେହ  ପରିବାର ଲୋକେ ଦେଖିବାକୁ ପାଇଥିଲେ l ଖବର ପାଇ ନାକ୍ଟିଦେଉଳ  ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କ  ସହିତ  ପୋଲିସ୍‌ ପହଂଚି ଶବ ଉଦ୍ଧାର କରିଥିବା ଜଣାଯାଇଛି l ଏମିତି ବାରମ୍ବାର ରେଢାଖୋଲ ସବଡିଭିଜନରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିନକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି l ନିକଟରେ ରେଢାଖୋଲ ହେମାମୁରା ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ଦଳିଦେବା ସହ ବାଟଗାଁ ପଂଚାୟତର ବିନ୍ଧପୁର ଗ୍ରାମରେ ମଧ୍ୟ ଜଣେ ମହିଳା ମୃତୁ ବରଣ କରିଥିଲେ l   ମୃତ ମହିଳା ଦମୟନ୍ତୀ ଙ୍କ ପରିବାରକୁ ଷ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ଦାବୀ କରିଛନ୍ତି l

 

Leave A Reply

Your email address will not be published.