ନଦୀ ସ୍ରୋତରେ ଭାସି ଯାଇଥିବା ଅମୀତର ମୃତ ଦେହ ଉଦ୍ଧାର

0

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ  ପାଣ୍ଡୁରା ଗ୍ରାମର କେତେକ ବ୍ୟକ୍ତି ଆଜି ସକାଳ ସମୟରେ ବୁଢ଼ାବଳଙ୍ଗ ନଦୀକୁ ଶୌଚ  ପାଇଁ ଯାଇଥିବା ସମୟରେ  ଏକ ଅଜଣା ଲୋକ ନଦୀର ପାଣିରେ  ଭାସୁଥିବାର ଦେଖି ବାରିପଦା ସଦର ଥାନାକୁ ଜଣେଇଥିଲେ ଏବଂ ପୁଲିସ ଘଟଣା ସ୍ଥଳରେ ପହିଁଞ୍ଚି ଦମକଳ ବାହିନୀ ଡକାଇ ପାଣିରୁ ଉଦ୍ଧାର କରିଥିଲେ  । ଏଥିସହିତ ବ୍ୟକ୍ତି ଜଣକ ମୃତ ଏବଂ ସେ ଶାମାଖୁଣ୍ଟା ବ୍ଲକ ପୋଡାଅସ୍ତିଆ ଗ୍ରାମର ଅମିତ ସିଂ(୩୪) ବୋଲି ଜଣାପଡିଥିଲା । ସୂଚନା ଯୋଗ୍ୟ ଯେ, ଅମୀତ ସିଂ ଗତ ୨୨  ତାରିଖ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ ସମୟରେ ବୁଢ଼ାବଳଙ୍ଗ ନଦୀରେ ଗାଧେଇ ହେଉଥିବା ସମୟରେ ନଦୀର ସ୍ରୋତରେ ଭାସି ଯାଇଥିଲା। ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଖୋଜା ଖୋଜି କରିଥିଲେ ମଧ୍ୟ ଅମିତ୍ର କୌଣସି ପତ୍ତା ନ ପାଇ ଫେରିଯାଇଥିଲେ ।

Leave A Reply

Your email address will not be published.