ଚାରିଆଡ଼େ ଲଣ୍ଡା ପାହାଡ: ଅସହ୍ୟ ତାତିରେ ଜଳୁଛି ତତଲାଗଡ 

0

ଟିଟିଲାଗଡ (ଗୌରବ ଦର୍ଜୀ)- ତତଲାଗଡ ନାମରେ ଜଣାଶୁଣା ଟିଟିଲାଗଡ । ଏହା କୌଣସି ବ୍ୟଙ୍ଗ ନୁହେଁ। ସତରେ ଟିଟିଲାଗଡ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ର ତାପ ପାଇଁ ଖାଲି ଓଡ଼ିଶା ରେ ନୁହେଁ ସାରା ଭାରତ ରେ ପ୍ରସିଦ୍ଧ। କିଛି ଦିନ ହେଲା ଟିଟିଲାଗଡ ରେ ଖରା ପ୍ରଚୁର ପରିମାଣ ରେ ବଢ଼ି ଚାଲିଛି । ଟିଟିଲାଗଡ ର ଚାରିଆଡ଼େ ଥିବା ଲଣ୍ଡା ପାହାଡ ପାଇଁ ଏଠାରେ ଗରମ ର ପରିମାଣ ବୃଦ୍ଧି ପାଇଥାଏ। କେନ୍ଦ୍ର ସ୍ଥଳ ରେ ଅଛି କୁମୁଡ଼ା ପାହାଡ। ଟିଟିଲାଗଡ ରେ ଯେତେ ବନୀକରଣ କଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମ ର ମାତ୍ର କମ୍ ହୁଏ ନାହିଁ। କିଛି ଦିନ ହେଲା ରାଜ୍ୟର ସର୍ବାଧିକ ତାପମାତ୍ରା ବିଶିଷ୍ଟ ସହର ପାଲଟିଛି ଟିଟିଲାଗଡ। ପ୍ରାୟ 45°c ରୁ ଅଧିକ ରହୁଛି ଏଠାରେ ତାପମାତ୍ରା। କୋରୋନା ପାଇଁ ସାରା ଦେଶ ତାଲା ବନ୍ଦ୍ ପରିସ୍ଥିତି ଚାଲିଥିବା ବେଳେ ଟିଟିଲାଗଡ ରେ ଏହା ଯମଦୂତ ସଦୃଶ୍ୟ। ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ୍ ସମସ୍ୟା ଟିଟିଲାଗଡ ବାସୀଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ। ଟିଟିଲାଗଡ ରେ ସୂର୍ଯ୍ୟାଦ୍ୟୋୟ ରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ତାପରୁ ତିଲେହେଲେ ରିହାତି ନାହିଁ। ସହରବାସୀ ଅସହ୍ୟ ତାତିରେ ଜଳୁଛନ୍ତି।  ଏପରିକି ଦିନ 12 ବେଳକୁ ରାଜରାସ୍ତା ଜନଶୂନ୍ୟ ହୋଇପଡୁଛି। ଏପରି ପରିସ୍ଥିତି ରେ ଟିଟିଲାଗଡ ରେ ପାଣି ଯୋଗାଉଥିବା ପିଏଚଡି  ବିଭାଗ ଦ୍ଵାରା ଅବହେଳା ଦେଖାଯାଉଛି। ଚାରି ପାଞ୍ଚ ଦିନରେ ମାତ୍ର ତିରିଶ ମିନିଟ୍ ପର୍ଯ୍ୟନ୍ତ ପାଣି ଜନସାଧାରଣଙ୍କୁ ଯୋଗାଇ ଦେଉଛି ଯାହା ସମୁଦ୍ରକୁ ଶଙ୍ଖେ ପାଣି ପରି।  ବିଦ୍ୟୁତ୍ ସମସ୍ୟା କହିଲେ ନ ସରେ। ଦିନ ବେଳା ଗରମ ପାଇଁ ପଙ୍ଖା କୁଳର ସାମ୍ନାରେ କିଛି ସମୟ ବିଶ୍ରାମ କରିବାକୁ ଚାହେଁ। କିନ୍ତୁ ବିଦ୍ୟୁତ୍ ଏ ଲୁଚକାଳି ଖେଳ ଖୁବ୍ ମାହାଙ୍ଗା ସାବ୍ୟସ୍ତ ହେଇଛି ବୋଲି ଜନ ଅସନ୍ତୋଷ ଦେଖିବାକୁ ମିଳୁଛି।ଏହା କେବଳ ଦିନ ବେଲା ନୁହେଁ ରାତି ସାରା ମଧ୍ୟ ବିଦ୍ୟୁତ୍ ଲୁଚକାଳି ଖେଳ ଜାରି ରହିଛି।  ଲୋକଙ୍କ କହିବା ଅନୁଯାୟୀ ଟିଟିଲାଗଡ ରେ ସରକାରଙ୍କ ତାପମାନ ଯନ୍ତ୍ରରେ 45°c ଦର୍ଶାଉଥିବା ବେଳେ ପ୍ରାୟ 49-50°c ଅନୁଭୂତ ହେଉଛି। ଗତ ବର୍ଷ ମାନଙ୍କରେ ରାସ୍ତା କଡ ରେ ପିଇବା ପାଣିର ବ୍ୟବସ୍ଥା ଟିଟିଲାଗଡ ପୌରପରିଷଦ ତରଫ ରୁ କରାଯାଇଥିବା ବେଳେ ଏହି ବର୍ଷ ସେ ସବୁ ସୁବିଧା ବାଦ୍ ପଡିଛି ବୋଲି ଲୋକେ କହନ୍ତି। ଟିଟିଲାଗଡ ର ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ୍ ସମସ୍ୟା ର ସମାଧାନ ଜନସାଧାରଣ ରେ ଦାବି ହୋଇଛି।

Leave A Reply

Your email address will not be published.