ଦିନିକିଆ ଗଜପତି ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଇ.ଆପାଙ୍ଗ ଶନିବାର ଦିନ ମଧ୍ୟାହ୍ନ ସମୟରେ ପାରଳାଖେମୁଣ୍ଡି ପହଞ୍ଚି ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସହ ଜିଲ୍ଲାରେ ଚାଲିଥିବା କରୋନା ମୁକାବିଲାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।

ଆଲୋଚନା ସମୟରେ ଜିଲ୍ଲାରେ ୪ ଗୋଟି କରୋନା ପଜିଟିଭ୍ କଥା ଶୁଣି ବ୍ୟସ୍ତ ନ ହୋଇ ଗଜପତି ଜିଲ୍ଲା ପ୍ରଶାସନ ପ୍ରଭାବ ନିରବ କରିବା ନୀତି ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଉପସ୍ଥିତ ଥିଲେ।

ପରେ ଦେବିତ୍ତି ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ ସେଠାରେ ଥିବା ଆନ୍ତରାଜ୍ୟ ନାକା କେନ୍ଦ୍ରକୁ ମଧ୍ୟ ବୁଲିଯିବା ସହ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ଉତ୍ସାହିତ କରିଥିଲେ। ପରେ ଆନ୍ତରାଜ୍ୟ ସୀମାରେ ଥିବା ନାକା କେନ୍ଦ୍ର (ହାଡୁଭାଙ୍ଗି) ଏବଂ ଅଲଡାରେ ଥିବା ଆନ୍ତଜିଲ୍ଲା ନାକା କେନ୍ଦ୍ରକୁ ବୁଲି ଦେଖିଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନର ସମସ୍ତ କାର୍ଯ୍ୟକୁ ପ୍ରସଂଶା କରିବା ସହ ସମସ୍ତ କର୍ମଚାରୀ ଆଗାମୀ ଦିନରେ ଧୈର୍ଯ୍ୟ ଏବଂ ସାହାସର ସହ କରୋନା ମୁକାବିଲା କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ଅନୁରୋଧ କରିବା ସହ ବ୍ରହ୍ମପୁର ଫେରିଯାଇଥିଲେ।

Leave A Reply

Your email address will not be published.