ଝାରସୁଗୁଡା :/ ( ସୁବାଷ ସାହାରେ ) ଗତକାଲି ଝାରସୁଗୁଡା ଜିଲ୍ଲାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ପରେ ଆଜି ମଙ୍ଗଲବଜ଼ାର ଅଞ୍ଚଳକୁ ସମ୍ପୁର୍ଣ୍ଣ ଭାବେ ସିଲ କରାଯାଇଛି।ବିଭିନ୍ନ ଛକ ମାନଙ୍କରେ ବେରିକେଟିଂ କରି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି।କଣ୍ଟେନ ମେଣ୍ଟ ଯୋନ ଘୋଷଣା କରାଯାଇଥିବା ଅଞ୍ଚଳରେ ରାସ୍ତା ଘାଟ ଶୁନଶାନ ଦେଖା ଦେଇଛି l । ଝାରସୁଗୁଡା ଜିଲ୍ଲାପାଳ ମଧ୍ୟ ସ୍ଥିତି ତଦାରଖ କରିବା ସହ ଡାକ୍ତରୀ ଦଳଙ୍କୁ ଚିହ୍ନଟ ହୋଇଥିବା ପାଞ୍ଚ ବର୍ଷ ର ପୁଅ ଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଙ୍କ ସ୍ୱାବ ଟେଷ୍ଟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି ଏବଂ ବିଭିନ୍ନ ସ୍ଥାନକୁ ସାନିଟାଇଜ ମଧ୍ୟ କରାଯାଉଛି।କିଭଳି ଭାବରେ ଏହାର ମୁକାବିଲା ଯାଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ କଡାକଡି ପଦକ୍ଷେପ ଗ୍ରହଣ କରିଛି।ଝାରସୁଗୁଡା ପୌରାଞ୍ଚଳ ସ୍ଥିତ ପଞ୍ଜାବ ବ୍ୟାଙ୍କ ଛକ, ସେମସଙ୍ଗ ଛକ, ଆନ୍ଦ୍ରବ୍ୟାଙ୍କ ଛକ ଏବଂ ମୋହିନୀ ହୋଟେଲ ଛକ କୁ ସମ୍ପୂର୍ଣ ସିଲ କରା ଯାଇଛି।ଏହି ଆଞ୍ଚରେ ରହୁଥିବା ଲୋକ ନ ବାହାରିବା ପାଇଁ କଡ଼ା ପଦକ୍ଷପ ନିଆଯିବା ସହ ଅତି ଆବସ୍ୟକିୟ ସାମଗ୍ରୀ ଜ଼ିଲ୍ଲାପ୍ରଶାସନ ଯୋଗାଇ ଦେବେ l ଏହା ସହ ଆଜି ଆଉ 2ଜଣ କରୋନା ପଜିଟିଭ ଚିନ୍ନଟ ହୋଇଛନ୍ତି ଯାହା ମଙ୍ଗଲବଜ଼ାର ତୃତୀୟ କରୋନା ପଜିଟିଭ ଙ୍କ ଗୋଟିଏ ବର୍ଷ ର ଭଉଣୀ ଏବଂ ବ୍ରଜରାଜନଗର ହୀଲଟପ ଅଞ୍ଚଳ ର 40ବର୍ଷର ପୁରୁଷ ଚିନ୍ନଟ ହୋଇଛନ୍ତି l ଝାରସୁଗୁଡା ଜ଼ିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 5ରେ ପହଁଚିଛି l
Sign in
Sign in
Recover your password.
A password will be e-mailed to you.
Next Post