ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ପଦ୍ମପୁର ବ୍ଳକ ଅର୍ନ୍ତଗତ ଜମଲା ଗ୍ରାମରେ ଶୁକ୍ରବାର ପଦ୍ମପୁର ବିଜେପି ତରଫରୁ କରୋନା ସଂର୍ପକିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନିଜର ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ନିଜକୁ ସାମିଲ କରି ଜନସାଧାରଣଙ୍କୁ ସୁରକ୍ଷା ଦେଉଥିବା ଅଙ୍ଗନଓାଡି କର୍ମି, ଆଶା କର୍ମି ଓ ବିଦ୍ୟୁତ ବିଭାଗ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଦୀପ ପୂରୋହୀତ ଯୋଗଦେଇ ଉପସ୍ଥିତ ଥିବା ଅଙ୍ଗନଓାଡି କର୍ମି ବାସନ୍ତୀ ଭୋଇ, ଝିଲି କୁମ୍ଭାର, ଉପାଂଜଳି କୁମ୍ଭାର, ଆଶା କର୍ମି ଲୀନା ବୁଡେକ, ଡୋଲାବତୀ ମହାନନ୍ଦ, ଓ ବିଦ୍ୟୁତ କର୍ମଚାରୀ ଶ୍ରୀବତ୍ସ ଜାଲଙ୍କୁ ପାଦ ଧୋଇ ସମ୍ବର୍ଦ୍ଧନା ଦେବା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ କେଆର ପାଣ୍ଠିକୁ ୧୧ହଜାର ଟଙ୍କା ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପରିଷଦ ସଭ୍ୟ ସନ୍ତୋଷ ମେହେର, ସମିତି ସଭ୍ୟ ଗୋପାଲ ଦାସ, ଗାଁଗୌନ୍ତିଆ ରାଜେନ୍ଦ୍ର ନାରାୟଣ ଭୋଇ, ବଲରାମ ମେହେର, ମଣ୍ଡଳ ସଭାପତୀ ନିରାକାର ବରିହା, ଯୁବମୋର୍ଚ୍ଚା ସଭାପତୀ ପ୍ରିତେଶ ବହିଦାରଙ୍କ ସମେତ ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post