ବଲାଙ୍ଗୀର ଜିଲ୍ଲାରେ ଆଉ ଜଣେ କୋରୋନା ସଂକ୍ରମିତ।

0

ବଲାଙ୍ଗୀର , ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲାରେ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ସଇଁତଳା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମପଂଚାୟତର ଫଟମୁଣ୍ଡା ଗ୍ରାମର ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡ଼ିଛି।  ତେବେ ଗତ ୧୮ ତାରିଖରେ ସେ ତେଲେଙ୍ଗାନାରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ୧୬ ତାରିଖ ରେ ହାଇଦ୍ରାବାଦ୍ ରୁ ବାହାରି ବ୍ରହ୍ମପୁରରେ ପହଞ୍ଚିଥିଲେ ଓ ସେଠୁ ବାହାରି ବଲାଙ୍ଗୀର ରେ ୧୯ ତାରିଖ ରେ ଟିକ୍ରାପଡ଼ା ବସ୍ ଯୋଗେ ଆସିଥିଲେ। ୨୦ ତାରିଖ ରେ ତାଙ୍କୁ ଜ୍ଵର ହେବାରୁ ୨୧ ତାରିଖ ରେ ବଲାଙ୍ଗୀର ସାଧାରଣ ଟେଷ୍ଟ ପାଇଁ ନିଆଯାଇଥିଲା। ପରେ ତାଙ୍କ ସ୍ବାବ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଥିଲା ଯାହାକି ପଜିଟିଭ ଆସିଛି । ୨୨ ତାରିଖ ଦିନ ରାତି ୧୦ଟା ବେଳକୁ ବଲାଙ୍ଗୀର ରୁ ଏକ ଟିମ୍ ଆସି ତାଙ୍କୁ ଭୁବନେଶ୍ବରସ୍ଥିତ କିମ୍‌ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ନେଇଯାଇଛନ୍ତି । ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଂଚିଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.