ଅମ୍ଫାନ୍ ମୁକାବିଲା ଓ କ୍ଷୟକ୍ଷତି ସହାୟତା ପ୍ରଦାନ ନେଇ ଆକ୍ସନ୍ ମୁଡ଼ରେ ବବି

0

ମୟୂରଭଞ୍ଜକୁ ମାରାଥନ ଗସ୍ତ, ପ୍ରଭାବିତ ଲୋକଙ୍କୁ ସହଯୋଗ ଯୋଗାଇଦେବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ

ବାରିପଦା(ଦିଲ୍ଲୀପ ମହାନ୍ତି) : -ସାମୁଦ୍ରିକ ଝଡ଼ ଅମ୍ଫାନର ସଫଳ ମୁକାବିଲା ଏବଂ ପରବର୍ତ୍ତୀ ସମୟରେ  କ୍ଷୟକ୍ଷତି ଜନିତ ସହଯୋଗ ପାଇଁ ଆକ୍ସନ୍ ମୁଡ଼ରେ ଆସିଛନ୍ତି ବିଜେଡି ସଂଗଠନ ସଂପାଦକ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି । ଗତ ମଙ୍ଗଳବାରଠାରୁ ଆଜି ପର୍ଯ୍ୟନ୍ତ ବବି ଜିଲ୍ଲାର ସଦର ମହକୁମା ବାରିପଦା ସମେତ ସର୍ବାଧିକ ପ୍ରଭାବିତ ମୋରଡ଼ା, ବଡ଼ସାହି, ବେତନଟୀ, ଗୋପବନ୍ଧୁନଗର, କପ୍ତିପଦା ଆଦି ବ୍ଲକର ବିଭିନ୍ନ ଅଞ୍ଚଳ ମାରାଥନ୍ ଗସ୍ତ କରିଛନ୍ତି। ସେଠିକାର ସ୍ଥାନୀୟ ନେତୃବୃନ୍ଦ ଏବଂ କର୍ମୀମାନଙ୍କ ସହିତ କଥା ହୋଇ ପ୍ରଭାବିତ ଲୋକଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ଏହାସହିତ ନିଜେ ଦଳୀୟ କର୍ମୀଙ୍କ ସହିତ ମିଶି ବିଜେଡି ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ବିଭିନ୍ନ ବ୍ଲକରେ ବାତ୍ୟାର ପରବର୍ତ୍ତୀ କ୍ଷୟକ୍ଷତିକୁ ସମୀକ୍ଷା କରି ପ୍ରଭାବିତଙ୍କ ସୁଖଦୁଃଖରେ ସାମିଲ ହେବାକୁ ଦଳୀୟ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ବିଜେଡି ସବୁବେଳେ ସାଧାରଣ ଜନତାଙ୍କ ସହିତ ରହିଛି ଓ ଆଗକୁ ରହିଥିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଦାସ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରି ବିଭିନ୍ନ ବିଷୟ ପଚାରିବୁଝିଥିଲେ। ପ୍ରଶାସନ ସହିତ ଆଲୋଚନା କରି ଲୋକଙ୍କୁ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ପ୍ରଦାନ କରିବା ନେଇ ପ୍ରସ୍ତାବ ଦେଇଥିଲେ। ସାଧାରଣ ଲୋକଙ୍କ ସମସ୍ୟା ବେଳେ ବିଜେଡି ସବୁବେଳେ ଲୋକଙ୍କ ସହିତ ଥିବା ସେ କହିଛନ୍ତି।  ବାତ୍ୟା ପରେ ଦଳୀୟ କର୍ମୀମାନେ ଗଛ କାଟି ରାସ୍ତା ସଫା କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ମୋରଡ଼ା ବିଧାୟକ ରାଜ କିଶୋର ଦାସ, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଏସ ଡ଼ି ସି ଅଧ୍ୟକ୍ଷ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡିଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ ସାମିଲ ଥିଲେ।

Leave A Reply

Your email address will not be published.