କାଲି ବାହାରିଥିଲେ ୧୧ ପଜିଟିଭ ଆଜି ପୁଣି ୬ !

0

ଗମ୍ଭୀରତା ଅନୁଭବ କରି ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା 

୨୨ ସନ୍ଧ୍ୟାରୁ କୁରାଳ ପଂଚାୟତର ସମସ୍ତ ପଲ୍ଲୀ ଗ୍ରାମରେ ୪୮ ଘଣ୍ଟିଆ ସଟ ଡାଉନ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଞ୍ଚଳର କୁରାଳ ଗ୍ରାମପଞ୍ଚାୟତରେ ଥିବା ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ଗତକାଲି ୧୧ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ  ସେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି  । ଆଜିପୁଣି ଆଉ ୬ ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି । ଘଟଣାର ଗମ୍ଭୀରତାକୁ ଅନୁଭବ କରି କୁରାଳ ପଞ୍ଚାୟତ ସରପଞ୍ଚ ଝିଲ୍ଲୀ ପ୍ରଧାନ ପ୍ରୟୋଗ କରିଛନ୍ତି ଜିଲ୍ଲାପାଳ କ୍ଷମତା  । ପଞ୍ଚାୟତର ସମସ୍ତ ପଲ୍ଲୀ ଗ୍ରାମରେ ଲାଗୁ କରିଛନ୍ତି ସଟ ଡାଉନ୍  । ଆସନ୍ତା ମେ ୨୨ ତାରିଖ ସନ୍ଧ୍ୟା ୬ଟା ଠାରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସମସ୍ତ ପଲ୍ଲୀଗ୍ରାମ ଦଣ୍ଡୋର, ଲିଙ୍ଗରାଜ ପ୍ରସାଦ, ନାଉରିଆ, ହନୁମନ୍ତିଆ, ନାଥିଆପଲ୍ଲୀ, କୁରାଳ ବଜାରରେ ସଟ ଡାଉନ( ଏକ ପ୍ରକାର କର୍ଫ୍ୟୁ ) ଘୋଷଣା କରିଛନ୍ତି  । ଏହି ସମୟ ମଧ୍ୟରେ ଡାକ୍ତରଖାନା ଓ ମେଡିସିନ ଷ୍ଟୋର ଖୋଲା ରହିବ  । ବର୍ତ୍ତମାନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଗକୁ ବାହାର ରାଜ୍ୟ ପଶ୍ଚିମବଙ୍ଗ, ବମ୍ବେ, ସୁରଟ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦ ଭଳି ଅଞ୍ଚଳରୁ ପ୍ରବାସୀ ଓଡିଆମାନେ ଆସିବାକୁ ଥିବାରୁ ଏଭଳି ସଟ ଡାଉନ ଅପରିହାର୍ଯ୍ୟ ହୋଇପଡିଛି ବୋଲି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା, କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ଡ ଅରୁଣ କୁମାର ସାହୁଙ୍କ ଅବଗତି ନିମନ୍ତେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । 

Leave A Reply

Your email address will not be published.