ଏକାଦଶାହରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି  : ଲୋକାର୍ପିତ ହେଲା “ସ୍ମୃତିରେ ସୁବାସ ଚୌହାନ” 

0 1

ପଦ୍ମପୁର(ଶାସକ ପ୍ରଶାସକ))- ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦିବଂଗତ ନେତା ସୁବାସ ଚୌହାନଙ୍କ ଏକାଦଶାହ ବୁଧବାର ଦିନ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା ନିକଟସ୍ଥ ସୁବାସ ଚୌହାନଙ୍କ ପୈତୃକ ଗାଁ ଆମ୍ବବାହାଲ ଠାରେ ଅନୁଷ୍ଠିତ ଏହି ଏକାଦଶାହ ଅବସରରେ କୋଶଲ ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଞ୍ଜଳି ପୁସ୍ତକ “ସ୍ମୃତିରେ ସୁବାସ ଚୌହାନ” ଉନ୍ମୋଚିତ ହୋଇଯାଇଛି । ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହା, କୋଶଲ ଫାଉଣ୍ଡେସନ ଚେୟାରମ୍ୟାନ ତଥା ପୁସ୍ତକ ପ୍ରକାଶକ ଇଂ ଦେବବ୍ରତ ମିଶ୍ର, ପୁସ୍ତକର ସଂପାଦକ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଓ ସୁବାସ ଚୌହାନଙ୍କ ଭାଇ ପିତବାସ ଚୌହାନ ଉପସ୍ଥିତ ରହି ସ୍ମରଣିକାକୁ ସୁବାସ ଚୌହାନଙ୍କ ମା ସୁମତି ଚୌହାନଙ୍କୁ ପ୍ରଦାନ କରିବା ସହିତ ଏହାର ଉନ୍ମୋଚନ କରିଥିଲେ । ଏହି ଅବସରରେ କୌଣସି ସଭାସମିତି ଅନୁଷ୍ଠିତ ହୋଇ ନଥିବା ବେଳେ ସ୍ଵର୍ଗତ ଚୌହାନଙ୍କ ଆତ୍ମାର ସଦଗତି ନିମନ୍ତେ କେବଳ ଦୁଇ ମିନିଟ ନୀରବ  ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦରୁ ନୀଳାଦ୍ରୀ  ପ୍ରସାଦ ଯୋଷୀ, ଶରତ କୁମାର ପ୍ରଧାନ, ଭକ୍ତ ଚରଣ ସାହୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରୁ ବିଷ୍ଣୁ ପାତ୍ର,ପ୍ରସନ୍ନ ମିଶ୍ର, କୋଶଲ ଫାଉଣ୍ଡେସନରୁ ସଂଯୋଜକ ସତ୍ୟକେତନ ମହାନ୍ତି, ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ଆଇନଜିବୀ ପ୍ରଶାନ୍ତ ମାଝି, ଯୁବ କର୍ମୀ ଅଜିତ ପତି, ମୌସମ ମିଶ୍ର, ସଂଜୟ ବଡଗୁଛିଆ, ଶୁରେଶ ରାମଚନ୍ଦାନି ପ୍ରମୁଖ ଉପସ୍ଥିତ ଥିଲେ ।

ଲକଡାଉନ ପ୍ରଭାବରୁ ସ୍ୱର୍ଗତ ସୁବାସ ଚୌହାନଙ୍କ ଏକାଦଶାହରେ କୌଣସି ନେତା, ମନ୍ତ୍ରୀ , ପଦସ୍ତ କର୍ମଚାରୀ କିମ୍ବା ଜଣାଶୁଣା କର୍ମକର୍ତ୍ତା କି ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳି ନ ଥିଲା । କେବଳ ଅଳ୍ପ ସଂଖ୍ୟକ ନିକଟ ସଂପର୍କୀୟଙ୍କ ଗହଣରେ ଏକଦଶାହ ସଂପନ୍ନ ହୋଇଯାଇଛି ।

 

Leave A Reply

Your email address will not be published.