“ସଖୀ” ୱାନଷ୍ଟପ ସେଣ୍ଟର ପକ୍ଷରୁ ବି.ସୀତାପୁର ଗ୍ରାମରେ କରୋନା ସଚେତନତା 

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାରାତ୍ମକ ରୋଗ କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି।   ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭୁତାଣୁର ସଂକ୍ରମଣକୁ ଗୁରୁତ୍ୱର ସହ ଗ୍ରହଣ କରୁଥିବା ବେଳେ ଏଥିରେ ଉତ୍ପନ୍ନ ହେବାକୁ ଥିବା  ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର “ସଖୀ” ୱାନଷ୍ଟପ ସେଣ୍ଟର ଓ ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ ଅନ୍ତର୍ଗତ  ବି. ସୀତାପୁର ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ବାରମ୍ବାର ହାତକୁ ସାବୁନରେ ସଫା କରିବା , ପାଟି, ଆଖି , ନାକକୁ  ବାରମ୍ବାର ସ୍ପର୍ଶ ନକରିବା ,  କାଶିବା ଓ ଛିଙ୍କିବା ସମୟରେ ମୁହଁରେ ରୁମାଲ , ଲୁଗା କାନୀ କିମ୍ବା କହୁଣୀରେ ଘୋଡାଇ ରଖିବା ସହିତ ଥଣ୍ଡା କାଶ ହେଉଥିବା ଲୋକଙ୍କ ଠାରୁ ଅନ୍ୟୁନ ଏକ ମିଟର ଦୂରତା ରଖିବା ,  ସର୍ବସାଧାରଣ ସ୍ଥାନରେ ଛେପ ନ  ପକାଇବା , ଅତ୍ୟେନ୍ତ ଆବଶ୍ୟକ ନ ଥିଲେ ବାହାରକୁ ଯାତ୍ରା କରିବା ଉଚିତ ନୁହେଁ ବୋଲି କୁହାଯାଇଥିଲା ଏବଂ  ମହିଳା ମାନଙ୍କ ସୁରକ୍ଷା ଦିଗରେ “ସଖୀ” ୱାନଷ୍ଟପ ସେଣ୍ଟର ତରଫରୁ ପୋଲିସ ସହାୟତା, ଆଇନଗତ ସହାୟତା, ଡାକ୍ତରୀ ସହାୟତା ଏବଂ   ଆଶ୍ରୟ , ମନସ୍ତାତ୍ବିକ ଓ ସାମାଜିକ ପରାମର୍ଶ ସଂପର୍କରେ ଆଲୋଚନା କରାଯାଇଥିଲା।

 ଲକ୍ ଡାଉନ୍ ସମୟରେ ମହିଳା ଓ ଶିଶୁକନ୍ୟା ଉପରେ ଘଟୁଥିବା ପାରିବାରିକ ହିଂସା ,ବଳାତ୍କାର ଯୌନଉତ୍ପଡ଼ନ, ଶୋଷଣ,ସାଇବର କ୍ରାଇମ ଓ ଯୌତୁକ ନିର୍ଯ୍ୟାତନା ଉପରେ ଆଲୋଚନା କରାଯାଇ “ସଖୀ” ୱାନଷ୍ଟପ ସେଣ୍ଟରର  ଉଦ୍ୟେଶ ସଂପର୍କରେ ବୁଝାଇ ଦିଆଯାଇଥିଲା। କରୋନା ରୋଗକୁ ନେଇ ଅଯଥା ଭୟଭୀତ ହେବା ଅନୁଚିତ ବୋଲି ସୂଚନା ଦିଆଯାଇଥିଲା ।

 ବାରମ୍ବାର ହାତକୁ କିଭଳି ସାବୁନ ଓ ପାଣିରେ ଭଲ ଭାବରେ ମନ୍ଥି ସଫାରଖିବେ ତାହା ପଦର୍ଶନ କରାଇ ଦେଖାଇଥିଲେ ଏବଂ ମାସ୍କ ବଣ୍ଟନ କରିଥିଲେ। ଏହି ପରି ବି.ସୀତାପୁର ଗ୍ରାମକୁ ମାସ୍କ ବ୍ୟବହାରିକ ଗ୍ରାମ ଭାବରେ ମଧ୍ୟ ନିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପରିଚାଳିକା ଭାଗ୍ୟ ଲକ୍ଷ୍ମୀ ନାୟକ, କାଉନସିଲର ମିନା କୁମାରୀ ଟହଲ ,ଶ୍ରୀ ଦେବୀ , ମଞ୍ଜୁଳା ଚୌଧୁରୀ , ପୁଷ୍ପ ଲତା ପାଇଲା ,ଚାଇଡ଼ ଲାଇନର ଗଙ୍ଗାଧର ଶବର, ସଲମନ ମଲ୍ଲିକ, ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା, କେ.ବିଜୟଲକ୍ଷ୍ମୀ , ପଦ୍ମାବତୀ ପ୍ରଧାନ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୫ ଜଣିଆ ସଦସ୍ୟା ବିଶିଷ୍ଟ ୨ଟି ଦଳ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସଚେତନତା ସୃଷ୍ଟି କରିଥିଲେ।

Leave A Reply

Your email address will not be published.