ପଦ୍ମପୁର (ଶାସକ ପ୍ରଶାସକ): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାଶ ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ମଧ୍ୟ ଲକ ଡାଉନ ଚାଲିଛି। ପ୍ରାୟ ମାସ ମାସ ହେଲା ଲୋକେ କରୋନା ଭୁତାଣୁ ର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଥା କୁ ସମର୍ଥନ କରି ଘରେ ରହୁଛନ୍ତି। ହେଲେ ଏହି ଘଡି ସନ୍ଧି ମୁହୂର୍ତ୍ୱରେ ମଧ୍ୟ ନିଜର ଦାୟିତ୍ବ ନ ଭୁଲି ଦେଶବାସି ତଥା ଦେଶର ସେବା ପାଇଁ ପ୍ରତିବଦ୍ଧଶୀଳ ଥିବା ଡାକ୍ତରଖାନା କର୍ମଚାରୀମାନେ ପ୍ରତି ଦିନ ଘରୁ ପଦାକୁ ବାହାରି ନିଜ ଜୀବନକୁ ବାଜି ଲଗାଇ ସହର, ସମସ୍ତ ରୋଗୀଙ୍କୁ ସେବା କରୁଛନ୍ତ | ଡାକ୍ତରଖାନା ପରିସରକୁ ସ୍ୱଚ୍ଛ ରଖୁଛନ୍ତି | ଏ ନେଇ ପ୍ରଧାନମନ୍ତ୍ରୀ ମୋଦି କର୍ମଚାରୀ ମନଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି | କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରି ସମ୍ମାନିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ଡାକ୍ତରଖାନାରେ କାର୍ଯ୍ୟରତ ସଫେଇ ତଥା ସିକ୍ୟୁରିଟି କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସମସ୍ତ ସଫେଇ ଓ ସିକ୍ୟୁରିଟି କର୍ମଚାରୀଙ୍କ ପାଦଧୋଇ ଫୁଲତୋଡା ଦେବା ସହ କିଛି ସୁଖିଲା ଖାଦ୍ୟ ତଥା ଚାଉଳ ଡ଼ାଲି ସାବୁନ ଆଦି ଦେଇ ସମ୍ମାନିତ କରିଥିଲେ। ଏ ଅବସରରେ ବିଜେପି ରାଜ୍ୟ ଯୁବମୋର୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ଅନ୍ୟାନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post