ନିଜ ହାତରେ ବ୍ଲକ ଅଫିସକୁ ସାନିଟାଇଜ କଲେ ବିଡ଼ିଓ 

0

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) କାର୍ଯ୍ୟରେ ଅବହେଳା ! ସର୍ବଦା ଠିକ ସମୟରେ ଆସି ସାନିଟାଇଜର କରୁଥିଲେ , ହେଲେ ଆଜି ଡେରି କାହିଁକି ? ନିଶ୍ଚୟ କିଛି ଅସୁବିଧା ହୋଇଥିବ । ହେଲେ ଅଫିସ କରୋନା ସଂକ୍ରମଣ ରୋଧ ପାଇଁ ସାନିଟାଇଜର କରିବାକୁ ବାଧ୍ୟ। ମୁଁ ଜଣେ ଓଏଏସ ଅଫିସର, ସେହିପରି ମନୋଭାବ ଦେଖିବାକୁ ପାଇଲେ ନାହିଁ ଉପସ୍ଥିତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ। ମାସ୍କତ ପିନ୍ଧିଥିଲେ ଓଏଏସ ଅଫିସର ଜଣକ। କାଳବିଳମ୍ବ ନକରି ନିଜ କାନ୍ଧରେ ପକାଇଲେ ସାନିଟାଇଜର ଲିକ୍ୟୁଡ଼ ଭରିଥିବା ଜାର। ଆଉ ଆରମ୍ଭ କରିଥିଲେ ସାନିଟାଇଜର କାମ ନିଜ ହାତରେ ସ୍ପ୍ରେ କରି। ହେଲେ ସେ ଆଉ କେହି ନୁହଁନ୍ତି,  ବୁଗୁଡା ବ୍ଲକର ଲୋକ ପ୍ରିୟ ବିଡ଼ିଓ ତନ୍ମୟ ପାତ୍ର । ବାକ୍ୟବୀର ନୁହଁ ସେ କର୍ମବୀର। ସାଢ଼େ ୧୧ ଘଣ୍ଟା ରାତ୍ରରେ ପହଁଞ୍ଚିଲା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ ମାଣିତରାରେ। ବସର ଆଗେ ଆଗେ ଆସି ପହଞ୍ଚିଲେ ମାଣିତରା କଲେଜର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ। ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ରହିବା ପରେ ଫେରିଥିଲେ ବୁଗୁଡା। ଡ୍ରାଇଭର ଓ ସେ ନିଜେ ସେହି ସମୟ ପର୍ଯ୍ୟନ୍ତ ଖାଇ ନାହାଁନ୍ତି ରାତ୍ର ଭୋଜନ।

ଗୋଟିଏ ଦିନ ପରେ ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼କହିଲେ ଗତକାଲି ରାତ୍ର ସାଢ଼େ ଦୁଇଟା ବେଳକୁ ତାଳସାକାର ବିଦ୍ୟାଳୟକୁ ପ୍ରବାସୀ ଓଡ଼ିଆ ଆସିଛନ୍ତି। ରାତ୍ରରେ ବିଡ଼ିଓ ସେହି ବସ ସହ ଗ୍ରାମକୁ ଆସିଥିଲେ। ବିଡ଼ିଓ ଫେରିଲା ବେଳକୁ ପ୍ରାୟ ରାତି ୩ ଟା ପରେ ହେଲାଣି। କେରଳରେ ଫସିଥିଲେ ବୁଗୁଡା ଓ ପୋଲସରା ବ୍ଲକର ୨୨ ଜଣ ଓଡ଼ିଆ ଶ୍ରମିକ। ଓଳିଏ ଖାଇଲେ ଓଳିଏ ଉପାସ । ଜଣେ ଶ୍ରମିକ ଭାଇ ମୋ ପାଖକୁ ଫୋନକରି ଏକଥା ଜଣାଇବା ପରେ ମୁଁ ବୁଗୁଡା ବିଡ଼ିଓଙ୍କୁ ଫୋନରେ ଜଣାଇଲି।ବିଡ଼ିଓ ଶ୍ରୀ ପାତ୍ର ତାପର ଦିନ ସେମାନଙ୍କ ପାଖକୁ ଦୁଇ ହଜାର ଟଙ୍କା ପଠାଇବା ସହ ଜିଲ୍ଲା ପ୍ରଶାସନ ସହ କଥା ହୋଇ ସେଠାରେ ସେମାନଙ୍କ ଖାଇବାର ବ୍ୟବସ୍ଥା କରଥିଲେ।ଏହିପରି ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଆମେ କୁହାଳିଆ ଅଫିସର ବୋଲି କହି ପାରିବକି ? ଯେ କର୍ମବୀର ତାଙ୍କୁ ସମ୍ମାନ ଦେବା ଓ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ହେବା ଦରକାର।

Leave A Reply

Your email address will not be published.