ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶନିବାର ଦିନ ମାଣିତରା ପଞ୍ଚାୟତର ବିଭିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଦିଆଯାଉଥିବା ଖାଦ୍ୟ ପରିବେଷଣ ଅନୁଧ୍ୟାନ କରିବା ସହ ପ୍ରବାସୀ ମାନଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ।ବିଧାୟକ ଶ୍ରୀ ସାହୁଙ୍କ ମାଣିତରା ପଞ୍ଚାୟତର ମାଣିତରା,ଭୋଗଡା ଓ ନଗୁଡୁ ସଙ୍ଗରୋଧ କେନ୍ଦ୍ର ପରିଭ୍ରମଣ କରିବା ସମୟରେ ବିଧାୟକଙ୍କ ସହ ବୁଗୁଡା ବ୍ଲକର ବରିଷ୍ଠ ନେତା ମଦନ ଗୋପାଳ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତିଙ୍କ ପ୍ରତିନିଧି ବରୁଣ ସେନାପତି, ମାଣିତରା ସରପଞ୍ଚ ଶାନ୍ତିଲତା ନାୟକଙ୍କ ପ୍ରତିନିଧି ବବୁଲ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ପୁର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ, ଯୁବ ସମାଜସେବୀ ସ୍ୱରୂପ ସୁମନ ମହାରଣା, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ। ଏତ ବ୍ୟତୀତ ବିଧାୟକ ଶ୍ରୀ ସାହୁ ଗୋଳାବନ୍ଧ,ବେତାରସିଂ, ଚିଲିଖମା, ଶଙ୍କୁରୁ, କାନକୁଟୁରୁ, ଘୋଳପୁର, ଆଦିପୁର, ବି.ବ୍ରହ୍ମପୁର, ବି.କରଡ଼ାବାଡ଼ି, ତାକରଡ଼ା, କରଚୁଲି, କରସିଙ୍ଗି,ଭଗବାନପୁର,ଓ ପାଣିକେଶ୍ୱର ପ୍ରଭୃତି ଗ୍ରାମର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରି ଅଭାବ ଅସୁବିଧା ବୁଝିବା ସହ ବିଭିନ୍ନ କେନ୍ଦ୍ରର କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.