ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) -ନୟାଗଡ ଜିଲା ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ବାଲିସିଂସା-ବଧୂଲୀପୁର ସରଂକ୍ଷିତ ଜଙ୍ଗଲରୁ ହରିଣ ଶିକାର କରିବା ଅଭିଯୋଗରେ ବନ ବିଭାଗ ବାପ ପୁଅଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି ଓ ମାଂସ ଜବତ କରିଛି । ଗିରଫ ବାପ ପୁଅ ବାହାଡ଼ାଝୋଲା ଫାଣ୍ଡି ବେରୁଆଁବାରୀ ଗ୍ରାମର ପାଣ୍ଡବ ସାହୁ(୫୮) ଓ ହରିବନ୍ଧୁ ସାହୁ(୩୨) ବୋଲି ଜଣାଯାଇଛି । ସୂଚନା ଅନୁସାରେ ଉଭୟ ବାପପୁଅ ସେହି ଗ୍ରାମର ଅନ୍ୟ ୪ା୫ ଜଣଙ୍କ ସହିତ ମିଶି ନିୟମିତ ଭାବେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ବନ୍ୟପ୍ରାଣୀ ଶିକାର କରୁଥିବା ବେଳେ ଶନିବାର ସକାଳେ ସେମାନେ ହରିଣ ମାଂସ ଶିକାର କରୁଥିବା ନେଇ ବନପାଳ ସରିତା ବରାଳ ସୂଚନା ପାଇଥିଲେ । ଏବଂ ସେ ବାହାଡ଼ାଝୋଲା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅଧିକାଂଶ ମାଂସ ବିକ୍ରି କରିଦେଇଥିବା ବେଳେ ଅଭିଯୁକ୍ତ ଘରେ ଚଢାଉ କଲାବେଳକୁ ମାତ୍ର ଦେଢ କେ୩ଜି ମାସଂ ବନ ବିଭାଗ ଜବତ କରିଥିଲା । ଏହୋ ସହିତ ଘରୁ ବନ୍ଧୁକ, ଗୁଳି ଜବତ କରିବା ସହିତ ବାପ ପୁଅ ଉଭୟଙ୍କୁ ଗିରଫ କରି ସେମାନଙ୍କ ବିରୋଦ୍ଧରେ ଓଆର ୧୯ା୨୦-୨୧ରେ ମାମଲା ରୁଜୁ କିରିଥିବା ଜଣାଯାଇଛି । ଉଭୟେ ମାଂସ ବିକ୍ରି ଅଭିଯୋଗକୁ ସ୍ୱୀକାର କରୁଥିବା ବେଳେ ସେମାନଙ୍କ ସହିତ ସାମିଲୋ ହୋଇଥିବା ଅନ୍ୟ କେତେକଙ୍କ ନାମ ପ୍ରକାଶ କରିଛନ୍ତି । ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଓ ବନପାଲ ବରାଳ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ପାଣୁ ସାହୁଙ୍କୁ ବନପାଳ ଗିରଫ କରିବା ପରେ ବାହାଡ଼ାଝୋଲା ଢିପିସାହିର ଗଣେଶ୍ୱର ସାହୁ(୪୦) ବନପାଳଙ୍କ କବର୍ଯ୍ୟାଳୟରେ ପହଂଚି ତାଙ୍କ ଶ୍ୱଶୁରଙ୍କୁ କାହିଁକି ଗିରଫ କରିଛ ବୋଲି ନାନା ପ୍ରଶ୍ନ ପଚାରିବା ସହିତ ହତ୍ୟା ଧମକ ଦେଇଥିବା ବନପାଳ ବରାଳ ପ୍ରକାଶ କରିଛନ୍ତି । ସେ ଏନେଇ ବାହାଡ଼ାଝୋଲା ଫାଣ୍ଡିରେ ଲଖିତ ଅଭିଯୋଗ କରିଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଫାଣ୍ଡି ଅଧିକାରୀ କୌଣସି ମାମଲା ରୁଜୁ କରିନଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.