ବରିଷ୍ଠ ସାମ୍ବାଦିକଙ୍କୁ ବ୍ୟାଙ୍କ ଅଧିକାରୀଙ୍କ ଦୁର୍ବ୍ୟବହାର 

0 2

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ସମ୍ବଲପୁର ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି l ଗତକାଲି ଦିନ ଗୋଟେ ରୁ ଦୁଇଟା ସମୟରେ ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା ତାଙ୍କ ମା ଙ୍କୁ  ନେଇ ଏହି ବ୍ୟାଙ୍କକୁ ଯାଇଥିବା ବେଳେ ଜନୈକ  ବ୍ୟାଙ୍କ ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ସାମ୍ବାଦିକମାନେ  ସବୁ ଦଲାଲ ବୋଲି କହିଥିଲେ l  ବ୍ୟାଙ୍କରେ ଥିବା ଅନ୍ୟ ଗ୍ରାହକମାନଙ୍କ ସମ୍ମୁଖରେ ହୋଇଥିବା ଏଭଳି ଅଭାବନୀୟ ଘଟଣା ସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଜଣାଇବା ସହ ଅନଲାଇନ୍ ରେ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି l ବ୍ୟାଙ୍କ ଅଧିକାରୀଙ୍କ ଏଭଳି ଆଚରଣ ଏବଂ ସାମ୍ବାଦିକମାନଙ୍କୁ ଦଲାଲ କହିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଆ ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ସଭାପତି ରମାକାନ୍ତ ବିଶ୍ୱାଳ ଘଟଣାର ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ବ୍ୟାଙ୍କ ଅଫିସର ଯଦି କ୍ଷମା ପ୍ରକାଶ ନକରନ୍ତି ତେବେ ସଂଘ ପକ୍ଷରୁ  ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି l ତେବେ ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଆମେ ପଚାରିବାରୁ ସେ ଏହି ଘଟଣାକୁ  ସିଧାସଳଖ ଅସ୍ବୀକାର କରିନଥିଲେ ହିଁ   ସେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ l

Leave A Reply

Your email address will not be published.