ଅପାର ସମ୍ଭାବନା ସତ୍ୱେ ବେକାରୀ ଉତ୍କଟ : ଯୁବ ବିଜେପି କଲା ଜିଲ୍ଲାପାଳ ଅଫିସ ଘେରାଉ 

0 2

ସମ୍ବଲପୁର(ରମାକାନ୍ତ ବିଶ୍ବାଳ )ଅପାର ସମ୍ଭାବନା ସତ୍ୱେ ସମ୍ବଲପୁର ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ନମିଳିବା ବିରୁଦ୍ଧରେ ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜ଼ିଲ୍ଲାପାଳ  ଅଫିସ ଘେରlଓ କରି ଜିଲ୍ଲା ପ୍ରଶାସନ କୁ ଶୀଘ୍ର ନିଯୁକ୍ତି ମେଳା କରି ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତ ଦେବା ପାଇଁ ଦାବି କରାଯାଇଥିଲା l

ଜିଲ୍ଲା ସଭାପତି ରିକନ ପଟ୍ଟନାୟକ ଙ୍କ ନେତୃତ୍ଵରେ ହୋଇଥିବା ଏହି ଘେରାଓ ରେ ଜିଲ୍ଲା ଉପସଭାପତି ଉତ୍ତମ ବିଶ୍ବାଳ,  ସତିସ ଦୋରା, ବିଜୟ ଅଗ୍ରୱାଲ , ରାହୁଲ ମୋଦକ , ବିକାଶ ଭୋଇ ଏବଂ ବିଜେପି ଯୁବ ମୋର୍ଚ୍ଚା ର ବହୁ କର୍ମୀ ଉପସ୍ଥିତ ଥିଲେ l ନେଲସନ ମଣ୍ଡେଲା ଛକ ସହିଦ ସ୍ତମ୍ବ ରୁ ଏକ ପଟୁଆର ରେ ବାହାରି  ଜିଲ୍ଲାପାଳ କାର୍ଯ୍ୟାଳୟ  ପହଂଚିଥିଲେ l  ସମ୍ବଲପୁର  ଉପ ଜିଲ୍ଲାପାଳ  ଅନିରୁଦ୍ଧ  ପ୍ରଧାନ  ଦାବୀ ପତ୍ର  ଗ୍ରହଣ  କରିଥିଲେ l

Leave A Reply

Your email address will not be published.