ଆନ୍ତରାଷ୍ଟ୍ରିୟ ମାତୃଭାଷା ଦିବସ ପାଳିତ 

0 2

            ଲଇଡା-ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ଗୁରୁବାର ପ୍ରଧାନାଚାର୍ଯ୍ୟ ପ୍ରମୋଦ କଟୁରୀ ଙ୍କ ସଭାପତିତ୍ବ ରେ ଆନ୍ତରାଷ୍ଟ୍ରିୟ ମାତୃଭାଷା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ପରିଚାଳନା କମିଟୀ ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକିର ମୋହନ ସାହୁ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ମାତୃଭାଷା ର ମହତ୍ବ ବିଷୟରେ ଆଲୋକପାତ କରିଥିଲେ। ଆଚାର୍ୟ୍ୟ ଅଶୋକ କୁମାର ଜୟପୁରୀୟା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ପ୍ରକାଶ କରିଥିଲେ ଯେ ମାତୃଭାଷା ନିଜର ଓ ରାଜ୍ୟ ତଥା ଦେଶର ଗୈାରବ କୁ ପରିପ୍ରକାଶ କରିଥାଏ । ଏହି ଅବସରରେ ଶିଶୁ ଭାଇ ଭଉଣୀ ମାନଙ୍କ ମଧ୍ୟ ରେ ଅନ୍ତାକ୍ଷରୀ,ଢଗଢମାଳୀ,ପଦ୍ୟାନ୍ତର ଓ ବିଭିନ୍ନ  ପ୍ରକାର ର ନୃତ ଗୀତ ର ପ୍ରତିଯୋଗିତା କରାଯାଇଥିଲା । ସେହିପରି ଲଇଡା ର ବାଳକ ହାଇସ୍କୁଳ ,ବାଳିକା ହାଇସ୍କୁଳ,ନାେଡାଲ ସ୍କୁଳ,ବାଳିକା ଉ ପ୍ରା ବିଦ୍ୟାଳୟ,ରଙ୍ଖଟିକ୍ରା ପ୍ରାଥମିକ ବିଦ୍ୟାଳୟ, , ଭାଗିପାଲି ୟୁ ଜି ଏମ ଇ ସ୍କୁଳ,ବୈଜାପାଲି ସ୍କୁଳ,ଦେହେରିପାଳି ୟୁ ଜି ଏମ ଇ ସ୍କୁଳ, ଦଳପତପାଳି ସ୍କୁଳ ତଥା ରେଙ୍ଗଲୋଇ ଓ କିନାଲୋଈ ଗ୍ରାମ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟରେ ମାତୃଭାଷା ଦିବସ ପାଳିତ ହୋଇଯାଇଅଛି।

 

Leave A Reply

Your email address will not be published.