ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଷ୍ଟିଲ କାରଖାନାରୁ ବୋଝେଇ ହୋଇଥିବା ୬ ଆଇରନ ଓର ପିଲେଟ ବୋଝେଇ ଡ଼ମ୍ପର ଚୋରା ଚାଲାଣ ସମୟରେ ପୋଲିସ ହାତରେ ଧରାପଡିଛି। ବଡ଼ବିଲ ପୋଲିସ ଚୋରିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିବା ସହ ନଗଦ ୨୦,୦୦୦ ଟଙ୍କା ଓ ଏକ ମୋବାଇଲ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଗତ ୧୯ ତାରିଖ ଦିନ ଶ୍ରୀ ଜଗନ୍ନାଥ ଷ୍ଟିଲରୁ ବଡଜାମଦା ରେଲୱେ ସାଇଡିଂ ନିମନ୍ତେ ବୋଝେଇ କରି ଉକ୍ତ ଡ଼ମ୍ପର ସବୁ ବାହାରିଥିଲା। ହେଲେ ରେଲୱେ ସାଇଡିଂ ରେ ମାଲ ଖଲାସ ନକରି ସାଇଡିଂରେ ନିଯୁକ୍ତ କର୍ମଚାରୀଙ୍କ ସହ ସଲାସୁତୁରା କରି ଚାଲାଣ ରିସିଭିଂ କରିବା ସହ ଉକ୍ତ ଡ଼ମ୍ପର ସବୁ ଟାଟା ନିକଟସ୍ଥ କାଣ୍ଡରାକୁ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଡ଼ମ୍ପରଗୁଡିକୁ ଚାଇଁବସା ନିକଟସ୍ଥ ପାର୍କିଂରୁ ଜବତ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଡ୍ରାଇଭର ଥିବା ବେଳେ ୨ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଓ ୨ ଜଣ ସିକ୍ୟୁରୀଟି ଗାର୍ଡ ଥିବା ଜଣା ପଡ଼ିଛି। ତେବେ ଚୋରା ଚାଲାଣ ରାକେଟର କିଙ୍ଗପିନ ଫେରାର ଥିବା ଜଣାପଡିଛି। ଜବତ ୬୦ ଟନ ପିଲେଟର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post