ଅସାବଧାନତା ରୁ ଦୁର୍ଘଟଣା : ଜଣେ  ମୃତ 

0

ଗାଁ ଦାଣ୍ଡରେ ଶବ ରଖି ଗ୍ରାମ ବାସୀଙ୍କର ରାସ୍ତା ଅବରୋଧ

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଲେ ଝାରବନ୍ଧ ବ୍ଲକ ରାଜେନ୍ଦ୍ରପୁର ନିବାସୀ ଶ୍ରୀ ଯୋଗେଶ୍ୱର ସାହୁ (୬୫) । 

      ମିଳିଥିବା ସୂଚନା ଅନୁସାରେ ଶ୍ରୀ ସାହୁ ତାଙ୍କ ପୁତୁରା ଙ୍କର ସହିତ ଏକ ବାଇକ ଯୋଗେ ଝରବନ୍ଧରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ରାସ୍ତା କଡରେ ଠିଆ ହେଇଥିବା ଏକ କାର ର ଡ୍ରାଇଭର ହଟାତ କବାଟ ଖୋଲି ଦେବାରୁ ବାଇକ ଟି କାରର କବାଟରେ ପିଟି ହୋଇଯାଇଥିଲା । ଯାହାଫଳରେ ଏହି ମର୍ମନ୍ଦୁତ ଦୀର୍ଘଟଣାଟି ଘଟି ଯାଇଥିଲା । ମୃତକ କୁ କ୍ଷତି ପୂରଣ ଦାବିରେ ଗ୍ରାମ ବାସୀ ମାନେ ଶବକୁ ରାସ୍ତା ମଝିରେ ରଖି ରାସ୍ତା ଜାମ କରିଥିଲେ। ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ଦାସ ମୁର୍ମୁ ଘଟଣା ସ୍ଥଳକୁ ପହଂଛି ଲୋକଙ୍କର ସହିତ ଆଲୋଚନା କରି ସାନ୍ଧ୍ୟ ପ୍ରାୟ ଆଠଟା ପରେ ସମାଧାନର ବାଟ ଫିଟାଇବା ପାଇଁ ସମ୍ମର୍ଥ ହେଇଥିଲେ । ଅଶାନ୍ତ କାଲି ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ ରେ ଶବ ବ୍ୟବଚ୍ଛେଦ ହେଲା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.