ପ୍ରେସ ୟୁନିୟନ ରାୟଗଡର ୪ର୍ଥ ପ୍ରତିଷ୍ଠା ଦିବସ ପାଳନ 

0

ରାୟଗଡ(ସରୋଜ ସାହୁ) :  ପ୍ରେସ ୟୁନିୟନ ରାୟଗଡର ୪ର୍ଥ ପ୍ରତିଷ୍ଠା ଦିବସ ଦିବସ ଜାନୁୟାରୀ ୨୧ ତାରିଖ ମଙ୍ଗଳବାର ଦିନ ପାଳନ କରାଯାଇଛି । ପ୍ରଥମେ ୟୁନିୟନର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ୟୁନିୟନର ସଭ୍ୟ ମାନେ  ସ୍ଥାନୀୟ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଫଳ ଓ  ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହା ପରେ ସ୍ଥାନୀୟ ପୂର୍ତ ବିଭାଗର ଡାକ ବଙ୍ଗଳା ଠାରେ ସଭାପତି ଦୟାନନ୍ଦ ଖାଡାଙ୍ଗଙ୍କ ସଭାପତିତ୍ୱରେ ନିମନ୍ତ୍ରିତ ଅତିଥି ବରିଷ୍ଠ ସାମ୍ବାଦିକ ଏନ. ଏନ. ପାଢୀ, ବାଦଲ ତା, ଗୋପାଳ ସିଂ ଅଧିକାରୀ, ରଂଜନ ରଥ, ଯୋଗେଶ୍ୱର ଚୌଧୁରୀ, ରଶ୍ମୀ ରଂଜନ ଦେରା, ବିଜୟ ମିଶ୍ର ଓ ବରିଷ୍ଠ  ଓକିଲ ପ୍ରଦୀପ କୁମାର ଦାସ ପ୍ରମୂଖ ପ୍ରେସ ୟୁନିୟନ ରାୟଗଡ ଦ୍ୱାରା କରାଯାଉଥିବା ସମସ୍ତ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ ପ୍ରେସ ୟୁନିୟନ ସହ ଥିବା ସେମାନଙ୍କ ସମ୍ପର୍କ ଉପରେ ବର୍ଣ୍ଣନା କରିଥିଲେ |  କାର୍ଯ୍ୟରତ ସମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଅସୁବିଧା ଗୁଡିକ ଉପରେ ଆଲୋଚନା କରି ଏଥି ନିମନ୍ତେ ସମସ୍ତ ସମ୍ବାଦିକ ଏକ ହୋଇ ନିଜର ନ୍ୟାର୍ଯ୍ୟ ଦାବୀ ସବୁ କିପରି ପାଇବେ ତାହା ପାଇଁ ଚିନ୍ତାକରିବା ଜରୁରୀ ବୋଲି ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହା ସହ ପ୍ରେସ ୟୁନିୟନର ଉତ୍ତରୋତ୍ତର ଉନ୍ନତି କାମନା  କରିଥିଲେ । ଏହି ଅବସରରେ ସାମ୍ବାଦିକ ରବିନ୍ଦ୍ର ପାଟଖଣ୍ଡାଳ, ସୁରେଶ ମିଶ୍ର, ସିଏଚ. ନାଗାରାଜୁ, ଅଜୟ ରଥ, କେ. କେ. ଜେନା, ସଂଗ୍ରାମ ପଟନାୟକ, ଶିବ ଗୌଡ ଓ ସିମାନଂଚଳ ପଣ୍ଡା ପ୍ରମୂଖ ଉପସ୍ଥିତ ଥିବା ବେଳେ ପ୍ରେସ ୟୁନିୟନର ସଂପାଦକ ମନୋଜ କୁମାର ସାହୁ, ସୁରେଶ ଚନ୍ଦ୍ର ଦାସ, ପ୍ରଦୀପ କୁମାର ପାତ୍ର, ଶ୍ରୀନିବାସ ବଳିୟାର ସିଂ, ରାଜେଶ ମହାନ୍ତି, ପରମାନନ୍ଦ ପ୍ରଧାନ, ଶ୍ରୀଧର ଚୌଧୁରୀ, ଶ୍ରୀନାଥ ତାଡିଙ୍ଗି, ସନ୍ତୋଷ କୁମାର ଦାସ ଓ ସରୋଜ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।    

 

 

 

Leave A Reply

Your email address will not be published.