ଦ୍ବିତୀୟ ଶିବଶଙ୍କର ମେମୋରିଆଲ ବ୍ୟାଡ଼ମିନଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ।

0

ପଦ୍ମପୁର: ଶିବ ଶଙ୍କର ଇନଡୋର ଷ୍ଟେଡିୟମରେ ଦ୍ବିତୀୟ ରାଷ୍ଟ୍ରୀୟ  ବ୍ୟାଡମିଣ୍ଟନ  ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୪୦ ଜଣ ଖେଳାଳି ଯୋଗ ଦେଇଥିଲେ।  ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେଇ ଏହି ଖେଳର ମଜାକୁ ଉପଭୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ପଦ୍ମପୁରର ଅମିତ ଓ ନିପୁନଙ୍କ ଦଳ ଚାମ୍ପିଅନ  ହୋଇଥିଲେ। ଉତ୍ତମ ଖେଳ ପ୍ରଦର୍ଶନ କରି ପାଟଣାଗଡର ଅଭିଷେକ ଦାଶ ବେଷ୍ଟ ପ୍କେୟର ହୋଇଥିବା ବେଳେ ପଦ୍ମପୁରର ଅର୍ଣ୍ଣବ ନାୟକ ଏବଂ ବୋଧିଦୀପ୍ତ ସାହୁଙ୍କ ଦଳ ପ୍ଲେୟର ଟିମ ହୋଇଥିଲେ।

Leave A Reply

Your email address will not be published.