ଗଜପତି ଜିଲ୍ଲା ସ୍ତରୀୟ ୩ ଦିନିଆ “ପଲସ୍-ପୋଲିଓ” କାର୍ଯ୍ୟକ୍ରମର ଶୁଭାରମ୍ଭ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ଦିନ ଜିଲ୍ଲା ବ୍ୟାପି  ୩ ଦିନିଆ “ପଲସ୍-ପୋଲିଓ” କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।

  ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଗୁଣୁରାଣୀ ପଟ୍ଟନାୟକ  ସଭାପତିତ୍ୱ କରି କହିଥିଲେ ଯେ,  ଏହି ପଲସ୍ ପୋଲିଓ କାର୍ଯାକ୍ରମରେ ୫ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦୁଇ ଡ୍ରପ ପୋଲିଓ ବୁନ୍ଦା ଖୁଆଜିବ ।ଏଥିପାଇଁ ଜିଲ୍ଲାରେ  ମୋଟ ୭୨,୮୧୭ ଜଣ ଶିଶୁଙ୍କ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷଧାର୍ଯ୍ୟ ରହିଛି ବୋଲି କହିଥିଲେ ।               ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ଶିଶୁମାନେ ପୋଲିଓ ବୁନ୍ଦା ଖାଇବା ଦ୍ୱାରା ସ୍ବାସ୍ଥ୍ୟର କୌଣସି ଅଙ୍ଗ ବଙ୍କା କି ପୋଲିଓ ନ ହୋଇ  ସୁସ୍ଥ ରହିବ । ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବା ଏବଂ ଶିଶୁ ସୁସ୍ଥ ରହିବା ଦିଗରେ ମା ମାନେ ଅଧିକ୍ ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ। ।

http://www.youtube.com/watch?v=v2nyA1N2fVA 

 ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ , ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାଃ.ମହମ୍ମଦ ମୁନିର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ .ପ୍ରଦୀପ କୁମାର ପାତ୍ର , ଅସ୍ଥିଶଲ୍ୟ ବିଶେଷଜ୍ଞ ଡାଃ ଶାନ୍ତନୁ କୁମାର ପାଢୀ , ଶିଶୁ ବିଶେଷଜ୍ଞ ଡାଃ ପ୍ରଶାନ୍ତ କୁମାର ପାଢୀ ଏବଂ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର  ଏପିଏମ୍ . ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସୀନ ରହି ପଲସ ପୋଲିଓର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

    କାର୍ଯ୍ୟକ୍ରମରେ ଆର୍ ସିଏଚ୍ ର ଉପ-ପରିଚାଳକ ସୁଶାନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ  ନେତ୍ରାନନ୍ଦ ଶତପଥୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ସଭା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମାଆ ଓ ଶିଶୁ ମାନେ ଉପସ୍ଥିତ ଥିଲେ ।  ସଭା କାର୍ଯ୍ୟକ୍ରମ ପରେ ପରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ରାଓଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି ମାନେ  ଶିଶୁ ମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇଥିଲେ ।

   ଏହି ପଲସ ପୋଲିଓ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସହରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ  ବଡ଼ବଡ଼ ଛକ ସ୍ଥାନ , ରାସ୍ତା ପାର୍ଶ୍ବ ବିଶ୍ରାମଗାର , ରେଳବାଇ ଷ୍ଟେସନ ଓ ବସଷ୍ଟାଣ୍ଡ , ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ୫ ବର୍ଷ ରୁ କମ୍ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଦିଆହେଉଛି । ପୋଲିଓ ବୁନ୍ଦା ଦିଆଯିବା ପରେ ଶିଶୁ ମାନଙ୍କ ହାତ ଆଙ୍ଗୁଠିରେ ଚିନ୍ହିତ  କରାଯାଉଛି ।

   ଏଠାରେ ସୂଚନା ଯୋଗ୍ୟ ଯେ  ଚଳିତ ବର୍ଷ ଏହି ପଲସ-ପୋଲିଓ କାର୍ଯ୍ୟକ୍ରମରେ ୫ ବର୍ଷରୁ କମ୍ ବୟସର ପିଲା ମୋଟ ୭୨, ୮୧୭  ଜଣଙ୍କୁ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷଧାର୍ଯ୍ୟ ରହିଛି । ଏଥିପାଇଁ ଜିଲ୍ଲା ବ୍ୟାପି ମୋଟ ୨୬୭ ଟି ପୋଲିଓ-ବୁନ୍ଦା କେନ୍ଦ୍ର ରହିଥିବା ବେଳେ  ୫୩୪ ଟି ଦଳ ଗଠନ କରାଯାଇଛି । ସେଥିରେ  ୧୦୬୮ ଜଣ ଭେସିନେଟର ଥିବା ବେଳେ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ୫୩ ଜଣ ସୁପ୍ରଭାଇଜର , ୨୦ ଟି ଟ୍ରାଞ୍ଜିଟ ଦଳ ଏବଂ ୯ ଟି ଭ୍ରାମ୍ୟମାଣ ଦଳ ରହିଛନ୍ତି । ଏଥିରେ ୨୫ ଟି ଆଇ ଏଲ୍ ଆର୍ ପଏଣ୍ଟ ରହିଛି। । ଅନ୍ୟପକ୍ଷରେ  ଏହି କାର୍ଯ୍ୟକ୍ରମରେ ଲକ୍ଷଧାର୍ଯ୍ୟ ରହିଥିବା ୭୨, ୮୧୭ ଜଣ ଶିଶୁଙ୍କ ନିମନ୍ତେ ମୋଟ ୯୬,୮୫୦ ଟି ପୋଲିଓ ଡୋଜ  ରହିଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.