ପଲସ ପୋଲିଓ କାର୍ଯ୍ୟକ୍ରମର  ଶୁଭାରମ୍ଭ

0

ପଦ୍ମପୁର,(ଶାସକ ପ୍ରଶାସକ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପଲସ ପୋଲିଓ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ଶୁଭାରମ୍ଭ ହୋଇଛି। ସି.ଏଚ୍.ସିର କାର୍ଯ୍ୟରତ ମେଡିକାଲ ଅଫିସର୍ ଡାକ୍ତର ମନସ୍ମିତା ଦଲେଇ (ଏମ୍.ବି.ବିଏସ୍) ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରାରମ୍ଭେ ଦୁଇ ବୁନ୍ଦା ପଲସ ପୋଲିଓ ଖୁଆଇଥିଲେ। ଉକ୍ତ କେନ୍ଦ୍ର ରେ ସମୁଦାୟ ୨୪୧ ଜଣ ପିଲାଙ୍କୁ ୨ବୁନ୍ଦା ଲେଖାଏଁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବୁକୁରାମୁଣ୍ଡା ଉପକେନ୍ଦ୍ରର ଏ.ଏନ୍.ଏମ୍ କବିତାଂଜଳି ଦାଶ ଙ୍କ ଠାରୁ ପ୍ରକାଶ। ଅନ୍ୟତ୍ର ଗ୍ରାମ ମାନଙ୍କ ରୁ ମଧ୍ୟ ଆସିଥିବା ଜିରୋ ରୁ ୫ବର୍ଷ ର ଶିଶୁ ମାନଙ୍କୁ ମଧ୍ୟ ମାଗଣାରେ ରାଜ୍ୟ ସରକାର ଙ୍କ ନିର୍ଦେଶ ମୁତାବକ ସମସ୍ତ ବୁଥ ରେ ୨ବୁନ୍ଦା ଲେଖାଏଁ ପୋଲିଓ ଦିଆଯିବ ବୋଲି ମେଡିକାଲ ଅଫିସର ଡାକ୍ତର ଦଲେଇ ଙ୍କ ଠାରୁ ପ୍ରକାଶ। ସମସ୍ତ ଶିଶୁ କିଭଳି ଭାବେ ଏ ସୁଯୋଗ କୁ ହାତଛଡା ନ କରିବେ ବୋଲି ସି.ଏଚ୍.ସି ର ଅଧିନ ରେ ଥିବା ଆଶା କର୍ମୀ ତଥା ଅଙ୍ଗନୱାଡି କର୍ମୀ ମାନେ ତତ୍ପର ହୋଇ ଗ୍ରାମମାନଙ୍କୁ ଘରଘର ବୁଲି ନିକଟସ୍ଥ ପଲସ୍ ପୋଲିଓ କେନ୍ଦ୍ର କୁ  ଶିଶୁ ମାନଙ୍କୁ ଆଣିବାକୁ ପରାମର୍ଶ ଦେଉଛନ୍ତି ବୋଲି ପି.ଏଚ.ଇ.ଓ ତୁସ କୁମାର ଚନ୍ଦ୍ରକାରଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.